ଜାତୀୟ

ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦର

ଆ.ଓ.ରି(ତା୧|୬)-ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବଢ଼ିବା ପରେ ଏବେ ଏଲ୍‌ପିଜି ସିଲିଣ୍ଡର ବି ମହଙ୍ଗା ହୋଇଛି। ଏଣିକି ଗ୍ରାହକଙ୍କୁ ସବ୍‌ସିଡ଼ି ସିଲିଣ୍ଡର ପିଛା ୨ ଟଙ୍କା ୩୪ ପଇସା ଅଧିକ ଦେବାକୁ ପଡ଼ିବ। ସେହିପରି ଅଣ ସବ୍‌ସିଡ଼ି ସିଲିଣ୍ଡର ପିଛା ୪୮ ଟଙ୍କା ବୃଦ୍ଧି ହୋଇଥିବା ବେଳେ  ନୂଆ ଦର ଆଜିଠୁ ଲାଗୁ ହୋଇଛି।

ନୂଆ ଦର ଅନୁସାରେ ଦିଲ୍ଳୀରେ ଖାଉଟି ସବ୍‌ସିଡ଼ି ସିଲିଣ୍ଡରକୁ ୪୯୩ ଟଙ୍କା ୫୫ ପଇସାରେ କିଣିବେ ଏବଂ ଅଣ ସବ୍‌ସିଡ଼ି ସିଲିଣ୍ଡର ପାଇଁ ୬୯୮ ଟଙ୍କା ୫୦ ପଇସା ଦେବାକୁ ପଡ଼ିବ।

ଗତ କିଛି ଦିନ ଧରି ତୈଳ ଦର ବୃଦ୍ଧିକୁ ନେଇ ଗ୍ରାହକ ପ୍ରବଳ  ଅସନ୍ତୋଷ ଦେଖାଦେଇଥିଲା। ଅନ୍ୟପକ୍ଷରେ ଆଜି ପେଟ୍ରୋଲ ଲିଟର ପିଛା ୭ ପଇସା ଏବଂ ଡିଜେଲ୍ ଲିଟର ପିଛା ୫ ପଇସା କମିଛି।

Related Articles

Leave a Reply

Your email address will not be published. Required fields are marked *

Back to top button