March 26, 2023

ରାଜ୍ୟରେ ଖୋଲିପାରେ ଲକଡାଉନ୍‌

1 min read

ଆଓରି-ଭୁବନେଶ୍ୱର(୧୨/୦୬) : ଲକଡାଉନ ଚାଲିଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବେ ଲକଡାଉନ ଖୋଲିବ ଏନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ରାଜ୍ୟରେ ଖୁବଶୀଘ୍ର ଅନଲକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏବେବି ବିପଦ ଟଳିନଥିବା ବେଳେ ଅନଲକ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ‘ଅନଲକ୍ ପାଇଁ ସବୁ ଦିଗରୁ ସରକାର ବିଚାରବିମର୍ଶ କରି ନିଷ୍ପତ୍ତି ନେଇଛନ୍ତି । ଗ୍ରାଜୁଆଲ ଅନଲକ ଆରମ୍ଭ ହେବା ଆମ ପାଇଁ ଭଲ । ଏଥିରେ କିଛି କଟକଣା କୋହଳ ହେବ ଓ କିଛି କଟକଣା ପୂର୍ବ କରି ବଳବତ୍ତର ରହିବ । ଲୋକମାନେ ଯଦି ଏହାର ସଠିକ ବ୍ୟବହାର ନକରିବେ ତେବେ ନେଗେଟିଭ୍ ଆଫେକ୍ଟ ପଡିବ ।’ ଜୁନ୍୧୭ ତାରିଖ ପରେ କ’ଣ ହେବ ସେ ନେଇ ଖୁବ୍ ଶୀଘ୍ର ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। କଟକ, ଅନୁଗୁଳ, ଖୋର୍ଦ୍ଧା, ଯାଜପୁର ଭଳି କିଛି ଜିଲ୍ଲାରେ ଏବେ ସଂକ୍ରମଣ ହାର କମୁଛି। ମୃତ୍ୟୁ ସଂଖ୍ୟା ବଢିବାର ଦୁଇଟି କାରଣ ରହିଛି। ପୂର୍ବ କେସ ଲୋଡ଼ ଏବଂ ବର୍ତ୍ତମାନ କିଛି ଲୋକ ଗୁରୁତର ଥିବା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି କହିଛନ୍ତି ବିଜୟ ମହାପାତ୍ର।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.