ସ୍ୱାସ୍ଥ୍ୟ

ବର୍ଷାଦିନେ ଖାଆନ୍ତୁ ଏହି ୪ଟି ଫଳ

ଆଓରି-ଭୁବନେଶ୍ଵର(୧୭/୦୮):ବର୍ଷାଦିନ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ଏହି ଋତୁରେ ଚାରିଆଡ଼ ସବୁଜ ଦେଖାଯିବା ସହ ବର୍ଷାର ମଜା ଉଠାଇବା ପାଇଁ ଲୋକମାନେ ବାହାରକୁ ବୁଲି ଯାଇଥାନ୍ତି । କିନ୍ତୁ ବର୍ଷାରେ ଅଧିକ ବାହାରେ ବୁଲିବା ଦ୍ୱାରା କୌଣସି ବି ରୋଗର ଜୀବାଣୁ ଆପଣଙ୍କୁ ଖୁବ୍‌ ସହଜରେ ଆକ୍ରମଣ କରିଥାଏ । ଏହି ସମୟରେ ଭୁଲ ଖାଦ୍ୟ ବା ବାହାରେ ଖାଇବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦେଖା ଯାଇଥାଏ। ତେବେ ବର୍ଷାଦିନେ ହେଉଥିବା ଶାରୀରିକ ସମସ୍ୟାରୁ ନିଜକୁ ଦୂରେଇ ରଖିବା ପାଇଁ ବର୍ଷା ଋତୁରେ କେଉଁ ସବୁ ଫଳ ଖାଇବା ଦରକାର ଆସନ୍ତୁ ଜାଣିବା ।
୧. ଲିଚି ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ । ଏଥିରେ କାର୍ବୋହାଇଡ଼୍ରେଟ୍‌, ଭିଟାମିନ୍‌ ଏ, କ୍ୟାଲସିୟମ,ପୋଟାସିୟମ,ମ୍ୟାଗ୍ନେସିୟମ,ଫସ୍‌ଫରସ୍‌,ଆଇରନ,ମିନେରାଲ୍ସ, ଭିଟାମିନ୍‌ ସି ଏବଂ ଭିଟାମିନ୍‌ ବି ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିଥାଏ । ପ୍ରତିଦିନ ଲିଚି ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଶରୀରର ଓଜନ ମଧ୍ୟ ନିୟନ୍ତ୍ରଣ ହୋଇ ରହିଥାଏ ।

୨. ବର୍ଷାଦିନେ ବାହାରେ ଖାଇବା ଦ୍ୱାରା ପାଚକତନ୍ତ୍ରରେ ଅସୁବିଧା ଦେଖା ଯାଇଥାଏ । ସେଥିପାଇଁ ବର୍ଷାଦିନେ ଜାମୁକୋଳି ଖାଇବା ନିହାତି ଦରକାର । ଜାମୁକୋଳି ଖାଇବା ଦ୍ୱାରା ପାଚକତନ୍ତ୍ର ମଜବୁତ୍‌ ହେବା ସହ ମଧୁମେହ ରୋଗ ନିୟନ୍ତ୍ରଣ ହୋଇ ରହିଥାଏ । ଏହା ସହ ପ୍ରତିଦିନ ଜାମୁକୋଳି ଖାଇଲେ କିଡ଼୍‍ନି ସମସ୍ୟା ଦୂର ହେବା ସହ ଦାନ୍ତ ମଧ୍ୟ ଶକ୍ତ ହୋଇଥାଏ ।
୩. ବର୍ଷାଦିନେ ଚେରୀ ଖାଇବା ଦ୍ୱାରା ଶରୀରକୁ ଫାଇଦା ମିଳିଥାଏ । ଏଥିରେ ଥିବା କାର୍ବୋହାଇଡ଼୍ରେଟ୍‌,ଭିଟାମିନ୍‌ ଏ, ଭିଟାମିନ୍‌ ବି ଏବଂ ଭିଟାମିନ୍‌ ସି ,ବିଟା କେରୋଟିନ୍‌, କ୍ୟାଲସିୟମ ଏବଂ ପୋଟାସିୟମ ବର୍ଷର୍ାଦିନେ ଶରୀରକୁ ସୁସ୍ଥ ରଖିଥାଏ ।
୪.ଡ଼ାଳିମ୍ବ ଲୋକମାନେ ବିଭିନ୍ନ ଋତୁରେ ଖାଇଥାନ୍ତି । କିନ୍ତୁ ବର୍ଷାଦିନେ ଏହାକୁ ଖାଇବା ଦ୍ୱାରା ରୋଗ ହେବାର ଆଶଙ୍କା କମ୍‌ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button