March 21, 2023

ଦିଲ୍ଲୀ ପୁଲିସକୁ ସମର୍ଥନ କଲେ ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀ

1 min read
Kiran-Bedi-Supports-Delhi-Police-Aajira-Odisha

ଆଓରି-ନୂଆଦିଲ୍ଲୀ(୦୬/୧୧) : ତୀସ ହଜାରୀ କୋର୍ଟ ପରିସରରେ ପାର୍କିଂ ବିବାଦକୁ ନେଇ ଗତ ଶନିବାର ପୁଲିସ-ଓକିଲଙ୍କ ମଧ୍ୟରେ ଘଟିଥିବା ଖଣ୍ଡଯୁଦ୍ଧ ଘଟଣାକୁ ନେଇ ରାଜଧାନୀ ଦିଲ୍ଲୀରେ ପୁଲିସ କର୍ମଚାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ପୁଲିସକୁ ମାଡ଼ ମାରିଥିବା ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମଙ୍ଗଳବାର ହଜାର ହଜାର ପୁଲିସ କର୍ମଚାରୀ ପୁଲିସ ମୁଖ୍ୟାଳୟ ଆଗରେ ଧାରଣା ଦେଇ ନ୍ୟାୟ ମାଗିଛନ୍ତି। ଏପରି ସ୍ଥିତିରେ ଦିଲ୍ଲୀର ପୂର୍ବତନ ସ୍ଵତନ୍ତ୍ର ପୁଲିସ କମିଶନର ତଥା ବର୍ତ୍ତମାନର ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀ ଦିଲ୍ଲୀ ପୁଲିସକୁ ସମର୍ଥନ କରିଛନ୍ତି। ଏକ ନିଷ୍ପତ୍ତି ନିଅ ଏବଂ ସେଥିରେ କଠୋର ରୁହ ବୋଲି କିରଣ ବେଦୀ ଦିଲ୍ଲୀ ପୁଲିସ କର୍ମଚାରୀଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିଲ୍ଲୀ ପୁଲିସ କର୍ମଚାରୀମାନେ ମୁଖ୍ୟାଳୟ ସାମ୍ନାରେ ପ୍ରତିବାଦ କରିବା ସମୟରେ କିରଣ ବେଦୀଙ୍କ ଫଟୋ ଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। କିରଣ ବେଦୀ ପୁଲିସ କମିଶନର ଥିବାବେଳେ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ପଦପଦବୀକୁ ନ ଦେଖି ସମସ୍ତଙ୍କୁ ସମାନ ଭାବେ ସମର୍ଥନ କରୁଥିଲେ। ଏହାର ଦୃଷ୍ଟାନ୍ତ ଦେଇ କିରଣ ବେଦୀଙ୍କୁ ଦିଲ୍ଲୀ ପୁଲିସ କମିଶନର ଭାବେ ଫେରାଇ ଆଣିବାକୁ ସେମାନେ ଦାବି କରିଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.