ଜାତୀୟ

ତିନି ବର୍ଷ ନିମନ୍ତେ ରଦ୍ଦ ହେଲା ଏୟାର୍‌ ଇଣ୍ଡିଆ ଜଣେ ପାଇଲଟ୍‌ଙ୍କ ଲାଇସେନ୍‌ସ୍‌

ଆଓରି-ନୂଆଦିଲ୍ଲୀ(୧୨/୧୧) : ସୋମବାର ଦିନ ଏୟାର୍‌ ଇଣ୍ଡିଆର ଜଣେ ପାଇଲଟ୍‌ଙ୍କ ଲାଇସେନ୍‌ସ୍‌ ତିନି ବର୍ଷ ନିମନ୍ତେ ରଦ୍ଦ କରାଯାଇଛି। ବିମାନ ଉଡ଼ାଣ ନିମନ୍ତେ ଧାର୍ଯ୍ୟ ହୋଇଥିବା ସମୟର ଅଳ୍ପ ସମୟ ପୂର୍ବରୁ ସମ୍ପୃକ୍ତ ପାଇଲଟ୍‌ଙ୍କ ରକ୍ତ ନମୁନାରେ ଉଚ୍ଚ ମାତ୍ରାରେ ଆଲ୍‌କହଲ୍‌ ମିଳିଥିଲା।

୫୬ ବର୍ଷିୟ ଅରବିନ୍ଦ କାଥପାଲିଆଙ୍କୁ ଏହି କାରଣରୁ ଗତ ଅଗଷ୍ଟ ମାସରେ ବୁକ୍‌ କରାଯାଇଥିଲା। ସେ ମଧ୍ୟ ଏୟାର୍‌ ଇଣ୍ଡିଆ ଫ୍ଲାଇଟ୍‌ ଅପରେସନ୍‌ର ନିର୍ଦେଶକ ଅଟନ୍ତି। ଏହାକୁ ମିଶାଇ ବର୍ଷକ ମଧ୍ୟରେ ସେ ଦୁଇ ଥର ବ୍ରିଦ୍‌ ଆନାଲାଇଜର୍‌ ଟେଷ୍ଟ୍‍ରେ ବିଫଳ ହୋଇଛନ୍ତି।

ଜଣେ ଅଧିକାରୀ କହନ୍ତି କି, ଲଣ୍ଡନ ଅଭିମୁଖେ ଯିବାକୁ ଏଆଇ ୧୧୧ ରାତି ୨:୪୫ ଉଡ଼ାଣ ଭରିଥାଆନ୍ତା, କିନ୍ତୁ ରକ୍ତ ନମୁନା ପରୀକ୍ଷାରେ କାଥପାଲିଆ ବିଫଳ ହେବାରୁ ଉଡ଼ାଣରେ ବିଳମ୍ବ ହୋଇଥିଲା। ତାଙ୍କ ରକ୍ତ ନମୁନାରେ ଆଲ୍‌କହଲ୍‌ ପଜିଟିଭ୍‌ ବାହାରିବାରୁ ତାଙ୍କ ସ୍ଥାନରେ ଆଉ ଜଣେ ପାଇଲଟ୍‌ଙ୍କୁ ନିଆଯାଇଥିଲା। ଜାନୁଆରି ୧୭ରେ ମଧ୍ୟରେ ବିଏ ଟେଷ୍ଟ୍‍ରେ ବିଫଳ ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ସେ ବିଏ ଟେଷ୍ଟ୍‍ ଆଡ଼େଇ ଯାଇଥିବାରୁ ୨୦୧୭ ତାଙ୍କ ଲାଇସେନ୍‌ସ୍‌ ୩ ମାସ ନିମନ୍ତେ ରଦ୍ଦ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button