March 24, 2023

ପ୍ରସିଦ୍ଧ ବଲିଉଡ଼ ସଂଗୀତଜ୍ଞ ଖୟାମ ହାସମୀଙ୍କ ୯୨ ବର୍ଷ ବୟସରେ ପରଲୋକ

1 min read
Legendary-composer-Mohammed-Zahur-Khayyam-Hashmi-passes-away-aajira-odisha

ଆଓରି-ନୂଆଦିଲ୍ଲୀ(୨୦/୦୮) : ଗତକାଲି ପ୍ରସିଦ୍ଧ ବଲିଉଡ଼ ସଂଗୀତଜ୍ଞ ଖୟାମ ହାସମୀଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଅସୁସ୍ଥତା ଯୋଗୁଁ ଖୟାମ୍‌ଙ୍କୁ କିଛି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଗଷ୍ଟ ୧୬ରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ଅବସ୍ଥା ଜଟିଳ ଥିବା ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ ସେ ହୃଦ୍‌ରୋଗରେ ପିଡ଼ିତ ଥିଲେ । ଗତକାଲି ଖୟାମ୍‌ଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା, ତେବେ ରାତି ପ୍ରାୟ ସାଢ଼େ ୯ଟା ୩୦ରେ ଖୟାମଙ୍କ ପରଲୋକ ହୋଇଯାଇଥିଲା । ଖୟାମଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଆତ୍ମାର ସଦ୍‌ଗତି ପାଇଁ କାମନା କରିଛନ୍ତି । ମୋଦି ଟ୍ୱିଟ୍ କରି ଲେଖିଛନ୍ତି,  ତାଙ୍କର ଗୀତଗୁଡ଼ିକ ଦ୍ୱାରା ସେ ଚିରସ୍ମରଣୀୟ ହୋଇରହିବେ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.