ପୋଲିସ୍ ଓ ଓକିଲଙ୍କ ବିବାଦ ନେଲା ଉଗ୍ରରୂପ ; ଦିଲ୍ଲୀର ତିନୋଟି ବଡ଼ ଅଦାଲତର କାର୍ଯ୍ୟ ଠପ୍
1 min read
ଆଓରି-ନୂଆଦିଲ୍ଲୀ(୦୬/୧୧) : ଦିଲ୍ଲୀର ତୀସ୍ ହଜାରୀ କୋର୍ଟରେ ଶନିବାର ଦିନ ଓକିଲ ଓ ପୋଲିସ୍ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ବୁଧବାର ଦିନ ଆହୁରି ଉଗ୍ରରୂପ ଧାରଣ କରିଛି । ମଙ୍ଗବାର ଦିନ ହଜାର ହଜାର ପୋଲିସ୍ ଦିଲ୍ଲୀର ରାସ୍ତା ଉପରେ ପ୍ରଦର୍ଶନ କରିଥିଲେ । ୨ ନଭେମ୍ବର ପରେ ଚାଲିଥିବା ଓକିଲମାନଙ୍କ ପ୍ରଦର୍ଶନ ବୁଧବାର ଦିନ ଅର୍ଥାତ ଆଜି ଉଗ୍ରରୂପ ଧାରଣ କରିଛି ।
ଓକିଲ ଆଜି ଦିଲ୍ଲୀର ତିନୋଟି ବଡ଼ ଅଦାଲତ ବାହାରେ ପ୍ରଦର୍ଶନ କରୁଛନ୍ତି । ୬ରୁ ୩ଟି ଅଦାଲତ (ପଟିୟାଲା ହାଉସ କୋର୍ଟ, ରୋହିଣୀ କୋର୍ଟ, ସାକେତ କୋର୍ଟ)ର କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ଖାଲି ଏତିକି ନୁହେଁ ଓକିଲମାନେ ପଟିୟାଲା ହାଉସ୍ କୋର୍ଟର କବାଟକୁ ବନ୍ଦକରି ରଖିଛନ୍ତି ।
ସକେତ କୋର୍ଟ ଓ ରୋହିଣୀ କୋର୍ଟର ବାହାରେ ଓକିଲଙ୍କ ଆନ୍ଦୋଳନ ତିବ୍ର ରୂପ ଧାରଣ କରିଛି । ଏମାନେ କୋର୍ଟ ପରିସର ମଧ୍ୟକୁ କାହାକୁ ପ୍ରବେଶ କରିବାକୁ ଦେଉନାହାଁନ୍ତି । ସାଧାରଣ ଲୋକଙ୍କୁଏହା ଦ୍ୱାରା ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏଠି କହି ରଖୁଛୁ ଯେ, ବାର କାଉନ୍ସିଲ୍ ଅଫ ଇଣ୍ଡିଆ ଦ୍ୱାରା ମଙ୍ଗଳବାର ଦିନ ଓକିଲମାନଙ୍କୁ ଚେତାବନୀ ଦେଇ ଆନ୍ଦୋଳନରୁ ଓହରି ଯିବା ପାଇଁ କହିଥିଲା । କିନ୍ତୁ ଏହା ଓକିଲମାଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା ।
ରୋହିଣୀ ଓ ସାକେତ କୋର୍ଟ ବ୍ୟତିତ କଡକଡଡୁମା କୋର୍ଟରେ ମଧ୍ୟ ଆନ୍ଦୋଳନ ଜାରୀ ରହିଛି । ଏଠାରେ ମଧ୍ୟ ଓକିଲମାନେ ପ୍ରଦର୍ଶନ ଜାରୀ ରଖିଛନ୍ତି । ରୋହିଣୀ କୋର୍ଟ ରେ ଜଜ ଗସ୍ତରେ ବାହାରିଛନ୍ତି । ଓକିଲ ନିଜ ନିଜ ଦାବୀ ଉପରେ ଏବେ ବି ଅଡି ବସିଛନ୍ତି । ସୂଚନାମୁତାବକ ରୋହିଣୀ କୋର୍ଟରେ ଜଣେ ଓକିଲ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା ମଧ୍ୟ କରିଛନ୍ତି ।
ଏହିସବୁ ପରିସ୍ଥିତିର ଗମ୍ଭିରତାକୁ ଦେଖି ଦିଲ୍ଲୀର ଉପରାଜ୍ୟପାଳ ବୁଧବାର ଦିନ ନିଜ ବାସଭବନରେ ବୈଠକ ଡାକିଛନ୍ତି । ତାଙ୍କ ସହ ବୈଠକରେ ପୋଲିସ୍ କମିଶନର ଅମୂଲ୍ୟ ପଟ୍ଟନାୟକ, ସିପି, ଜଏଣ୍ଟ ସିପି ଓ ଅନ୍ୟ ସ୍ଥାନୀୟ ଅଧିକାରୀ ଉସ୍ଥିତ ଅଛନ୍ତି ।