ରାଜ୍ୟ

ଗାଁ ମାଟିରେ ଶହୀଦ ମନୋରଞ୍ଜନଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ବର,୧୫(ଆ.ଓ.ରି.): ସୀମାନ୍ତ ଛତିଶଗଡ ଜିଲାରେ ମଙ୍ଗଳବାର ମାଓବାଦୀଙ୍କ ବିସ୍ଫୋରଣରେ ଶହୀଦ ହୋଇଥିବା ଓଡ଼ିଆ ପୁଅ ମନୋରଞ୍ଜନଙ୍କ ବୁଧବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୈତୃକ ଗ୍ରାମ ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ରେବଣା ନୂଆଗାଁରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। । ଶୋକାକୁଳ ପରିବେଶ ମଧ୍ୟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ବିଦାୟ ଦିଆଯାଇଛି। ଭଣଜା ପବିତ୍ର ଦଳାଇ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ଜିଲାର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button