March 26, 2023

ଭାରତୀୟ ଯବାନଙ୍କ ଦ୍ଵାରା କାଶ୍ମୀରରୁ ଲଶ୍ମର ଆତଙ୍କବାଦୀ ଗିରଫ

1 min read
Lashkar-E-Taiba Terrorist Arrested By Security Forces In Sopore-Aajira-Odisha

ଆଓରି-ନୂଆଦିଲ୍ଲୀ(୦୨/୧୧) : ଉତ୍ତର କାଶ୍ମୀରର ବାରାମୁଲା ଜିଲା ଅନ୍ତର୍ଗତ ସୋପୋର ଅଞ୍ଚଳରୁ ଯବାନମାନେ ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଆତଙ୍କବାଦୀ ଜଣକ ଲଶ୍କର-ଏ-ତୋଏବା ସଂଗଠନର ବୋଲି ଜଣାପଡ଼ିଛି। ଏହି ଅଞ୍ଚଳରେ ଜଣେ ଲଶ୍କର ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ଯବାନମାନେ ସମ୍ପୃକ୍ତ ଅଞ୍ଚଳକୁ ସିଲ କରି ସର୍ଚ୍ଚ ଅପରେଶନ ଚଳାଇଥିଲେ। ପରେ ଶନିବାର ଉକ୍ତ ଆତଙ୍କବାଦୀଙ୍କୁ ଯବାନମାନେ ଧରିବାରେ ସଫଳ ହୋଇଛନ୍ତି। ଆତଙ୍କବାଦୀମାନେ ଏବେ ଘାଟିରେ ଆତଙ୍କ ସୃଷ୍ଟି କରିବା ଲାଗି ବାହାର ରାଜ୍ୟର ଡ୍ରାଇଭର ଏବଂ ଶ୍ରମିକମାନଙ୍କୁ ଟାର୍ଗେଟ କରିଛନ୍ତି। ବାରମ୍ବାର ସେଓ ବ୍ୟବସାୟୀ, ଟ୍ରକ ଚାଳକ ଏବଂ ଶ୍ରମିକମାନଙ୍କୁ ହତ୍ୟା କରୁଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.