March 22, 2023

ପୁରୀରେ ମଠ ପୁନରୁଦ୍ଧାର ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କଲା ଶ୍ରମ ବିଭାଗ

1 min read

ଆଓରି-ଭୁବନେଶ୍ଵର(୦୯/୦୯) : ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀର ଉନ୍ନତିକରଣ ପାଇଁ ୧୦୦କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏନେଇ ଆଜି ଶ୍ରମ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଉକ୍ତ ନୋଟିସରେ ଭଙ୍ଗାଯାଇଥିବା ମଠ ଗୁଡ଼ିକର ଉନ୍ନତି ଓ ପୁନଃ ଉଦ୍ଧାର ପାଇଁ ଏହି ଟଙ୍କା ମଞ୍ଜୁର କରାଯାଇଥିବା କୁହାଯାଇଛି । ଅବଢ଼ା ଯୋଜନାର ଦ୍ୱିତୀୟ ଫେଜ୍‌ରେ ଶ୍ରମ ବିଭାଗ ପକ୍ଷରୁ ଏହି ଟଙ୍କା ମଞ୍ଜୁର ହୋଇଛି । ଏହି ଚିଠି ପୁରୀ ଜିଲ୍ଲାପାଳଙ୍କୁ ଲେଖାଯାଇଛି । ଏହି ଚିଠି ପାଇବା ପରେ ଏଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.