ରାଜନୀତି

ଆସ୍ଥା ଭୋଟରେ ଜିତିଲେ କୁମାରସ୍ୱାମୀ, ୟେଦ୍ୟୁରପ୍ପାଙ୍କ ତାତ୍ସଲ୍ୟ

ଆ.ଓ.ରି(ତା୨୫|୫)-କର୍ଣ୍ଣାଟକ ବିଧାନସଭାରେ କୁମାରସ୍ୱାମୀ ସରକାର ଆସ୍ଥା ଭୋଟରେ ବିଜୟୀ ହୋଇଛି। କୁମାର ସ୍ୱାମୀଙ୍କୁ ମ୍ୟାଜିକ୍‌ ନମ୍ବର ୧୧୨ ଆବଶ୍ୟକ ଥିବା ବେଳେ କଂଗ୍ରେସ ମେଣ୍ଟକୁ ମିଶାଇ ତାଙ୍କୁ ୧୧୭ ବିଧାୟକ ସମର୍ଥନ କରିଥିଲେ। ଆସ୍ଥା ଭୋଟ ପୂର୍ବରୁ ବିଜେପି କକ୍ଷ ତ୍ୟାଗ କରିଥିଲା। ୟେଦ୍ୟୁରପ୍ପା କକ୍ଷ ତ୍ୟାଗ ପୂର୍ବରୁ ତାତ୍ସଲ୍ୟ କରି କହିଥିଲେ ଯେ “ ତୁମ ପାଖରେ ବହୁମତ ଅଛି , ଦେଖାଯାଉ କେତେଦିନ ସରକାର ତିଷ୍ଠୁଛି।

ସୂଚନାକୁ ଥାଉ କି, ମୁଖ୍ୟମନ୍ତ୍ରୀ ପଦରୁ ୟେଦ୍ୟୁରପ୍ପା ଇସ୍ତଫା ଦେବା ପରେ ଜେଡିଏସ୍‌ କଂଗ୍ରେସ ମେଣ୍ଟ ସରରାର ଗଠନ ପାଇଁ ଦାବି କରିଥିଲେ। ବୁଧବାର ମେଣ୍ଟର ନେତା ଭାବେ କୁମାରସ୍ୱାମୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।
କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସ ବିଧାୟକ ରମେଶ କୁମାର ବିଧାନସଭା ବାଚସ୍ପତି  ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ଓ ଜ଼େଡିଏସ୍ ମେଣ୍ଟ ପକ୍ଷରୁ କଂଗ୍ରେସ ବିଧାୟକ ରମେଶ କୁମାରଙ୍କୁ ବାଚସ୍ପତି ପଦ ପାଇଁ ମନୋନୀତ କରାଯାଇଥିଲା। ବିଜେପି ପକ୍ଷରୁ ମଧ୍ୟ ବରିଷ୍ଠ ବିଧାୟକ ଏସ. ସୁରେଶ କୁମାର ନାମାଙ୍କନ ଦାଖଲ କରିଥିଲେ। ଶୁକ୍ରବାର ଆସ୍ଥା ଭୋଟ ପୂର୍ବରୁ ଏସ. ସୁରେଶ କୁମାର ବାଚସ୍ପତି ନିର୍ବାଚନରୁ ଓହରିଯାଇଥିଲେ। ଫଳରେ ରମେଶ କୁମାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button