June 4, 2023

ହରର୍‌ ଫିଲ୍ମର ସମ୍ରାଟ୍‌ ତୁଳସୀ ରାମସେଙ୍କର ପରଲୋକ

1 min read
Cult horror film director Tulsi Ramsay passes away Read more at: //economictimes.indiatimes.com/articleshow/67090221.cms?utm_source=contentofinterest&utm_medium=text&utm_campaign=cppst

ଆଓରି-ନୂଆଦିଲ୍ଲୀ(୧୬/୧୨) : ବଲିଉଡରେ ହରର୍‌ ଫିଲ୍ମର ସମ୍ରାଟ୍‌ ଭାବେ ବିବେଚିତ ହେଉଥିବା ରାମ୍‌ସେ ବ୍ରଦର୍ସ ଫେମ୍‌ ନିର୍ଦ୍ଦେଶକ ତୁଳସୀ ରାମସେଙ୍କର ମୁମ୍ବାଇରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସେ ସତୁରି ଓ ଅଶି ଦଶକରେ ଅନେକ ଲୋକପ୍ରିୟ ହରର୍‌ ଫିଲ୍ମର ନିର୍ଦ୍ଦେଶନା ହୋଇଥିଲା।
ରାମ୍‌ସେ ବ୍ରଦର୍ସଙ୍କ ମଧ୍ୟରୁ ବଡ଼ ଥିଲେ ତୁଳସୀ ରାମ୍‌ସେ ।ତାଙ୍କର ଅନ୍ୟ ଭାଇମାନେ ହେଲେ ଶ୍ୟାମ,କେଶୁ ,ଅର୍ଜୁନ,ଗାଙ୍ଗୁ ଓ କିରଣ,ରାମସେ ବ୍ରଦର୍ସ ହୋଟେଲ୍‌,ପୁରାନା ମନ୍ଦିର,ତହଖାନା,ବୀରାନା ଓ ବନ୍ଦ ଦରବାଜା ସମେତ ଆହୁରି କେତେକ ଫିଲ୍ମ ନିର୍ମାଣ କରିଥିଲେ। ତୁଳସୀ ରାମ୍‌ସେ ୧୯୯୩ରେ ପ୍ରସାରିତ ହୋଇଥିବା ‘ଜି ହରର୍‌ ସୋ’ର ବି ନିର୍ଦ୍ଦେଶନା ଦେଇଥିଲେ।

୭୭ ବର୍ଷ ବୟସ୍କ ତୁଳସୀ ରାମ୍‌ସେର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ। ସେଠାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ତାଙ୍କର ଶେଷ କୃତ୍ୟ ମଧ୍ୟ ମୁମ୍ବାଇଠାରେ ସଂପନ୍ନ ହୋଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.