ରାଜ୍ୟ

ଭାଲୁକୁ ପିଟି ପିଟି ହତ୍ୟା

ଆଓରି(ତା୧୯|୪)- ଭାଲୁକୁ ପିଟି ପିଟି ହତ୍ୟା କଲେ ଗାଁ ଲୋକ। ଟିଟିଲାଗଡ଼ ବ୍ଲକ ବାଗଡୋର ଗାଁ ନିକଟରେ ସ୍ଥାନୀୟ ଲୋକ ଠେଙ୍ଗାରେ ପିଟି ପିଟି ଭାଲୁକୁ ମାରି ଦେଇଥିବା ଅଭିଯୋଗ ହୋଇଛି।

ଗତ ୧୭ ତାରିଖରେ ଏକ ଜଙ୍ଗଲୀ ଭାଲୁ ଟିଟିଲାଗଡ଼ ଡିଏଭି କଲେଜ ପରିସରରେ ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ।  ଖବର ପାଇ ଜଙ୍ଗଲ ବିଭାଗ, ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଭୟଭୀତ ଲୋକଙ୍କୁ ବୁଝାସୁଝା କରିବା ସହ ଭାଲୁଟିକୁ ଘଉଡାଇବାରେ ସଫଳ ହୋଇଥିଲେ।

ହେଲେ ଗତକାଲି ସକାଳ ଭାଲୁ ପୁଣି ଗାଁକୁ ଫେରି ୩ଜଣଙ୍କୁ ଆକ୍ରମଣ କରି ଆହତ କରିଥିଲା।  ଏହି ଘଟଣା ଗାଁରେ ପ୍ରଚାରିତ ହୋଇଯାଇଥିଲା। ଏହାପରେ ପେଣ୍ଡରାପଦର, ବାଗଡୋର ଏବଂ ପିତାପଡା ଗାଁ ଲୋକ ମିଶି ଭାଲୁଟିକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଏନେଇ ଜଙ୍ଗଲ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି।  ଗାଁ ନିକଟରେ ଥିବା ଜଙ୍ଗଲରୁ ଏକ ଜନ୍ତୁର ଶବ ଉଦ୍ଧାର କରିଛି ଜଙ୍ଗଲ ବିଭାଗ।  ପାରିପାର୍ଶିକ ଅବସ୍ଥାରୁ ଏହା ଏକ ଭାଲୁର ଶବ ବୋଲି ଜଣାପଡୁଛି।

ଅଭିଯୁକ୍ତ ମାନେ ପ୍ରମାଣ ନଷ୍ଟ କରିବା ଆଳରେ ଜନ୍ତୁର ୪ଟି ଗୋଡ, ମୁଣ୍ଡ, ଶରୀରର ଛାଲ କାଢି ନେଇଥିବାରୁ ଏହା ଠିକ୍ ଭାବେ ଚିହ୍ନି ହେଉନାହିଁ।  ତେବେ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟିଟିଲାଗଡ଼ ରେଞ୍ଜର କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button