May 19, 2024

ବିଜେପିରେ ସାମିଲ ହେଲେ ଖାରବେଳ ସ୍ୱାଇଁ

1 min read
Kharabel-Swain-Joined-BJP-Aajira-Odisha

ଆଓରି-ଭୁବନେଶ୍ଵର(୨୫/୦୩) : ଆଜି ବିଜେପିରେ ସାମିଲ ହୋଇଛନ୍ତି ଖାରବେଳ ସ୍ୱାଇଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତି ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି । ଏହା ସହିତ କନ୍ଧମାଳ ଲୋକସଭାରୁ ପ୍ରାର୍ଥୀ ହେବେ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେ ବିଶେଷ ପ୍ରଭାବିତ ହୋଇଥିବା କହିଛନ୍ତି । ଗତ ୫ବର୍ଷରେ ମୋଦି ଦେଶକୁ ବିଶ୍ୱ ଶକ୍ତିରେ ପରିଣତ କରିଛନ୍ତି । ତେଣୁ ଏହି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ସେ ବିଜେପିକୁ ଫେରିଥିବା କହିଛନ୍ତି ।

ବିଜେପିର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖାରବେଳ ସ୍ୱାଇଁଙ୍କୁ ଦଳର ସଦସ୍ୟ ପତ୍ର ଦେଇଥିଲେ ।  ବୈଜୟନ୍ତଙ୍କ ପରେ ଦାମ ରାଉତ ଏବଂ ଖାରବେଳ ସ୍ୱାଇଁଙ୍କ ସାମିଲ ହେବା ବିଜେପିର ଶକ୍ତିକୁ ଆହୁରି ବୃଦ୍ଧି କରିଛି। ଖାରବେଳ ସ୍ୱାଇଁ ଓଡିଶା ରଜନୀତିର ଜଣେ ପୁରୁଖା ନେତା ।  ସେ ଲଗାତାର ଭାବେ ବାଲେଶ୍ୱରରୁ ୩ଥର ସାଂସଦ ହୋଇଥିଲେ । ୧୯୯୮ରୁ ୨୦୦୯ ପର୍ଯ୍ୟନ୍ତ ସେ ବିଜେପି ଟିକେଟରୁ ଜିତି ସାଂସଦ ହୋଇଥିଲେ । ତେବେ ୨୦୦୯ପରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ ।

ଅନେକ ଦିନ ପୂର୍ବରୁ ସେ ବିଜେପିରେ ସାମିଲ ହେବାକୁ ଇଚ୍ଛୁକ ବୋଲି କହିଥିଲେ । ସେ ବାଲେଶ୍ୱରରୁ ଲୋକସଭା ଲଢିବାକୁ ଇଚ୍ଛୁକ ଥିଲେ । କିନ୍ତୁ ସେଠାରେ ବରିଷ୍ଠ ନେତା ପ୍ରତାପ ଷଢଙ୍ଗୀଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଛି । ତେଣୁ କନ୍ଧମାଳରୁ ଅଚ୍ୟୁତ ସାମନ୍ତଙ୍କ ସହ ଲଢିବେ ବୋଲି ପାଖାପାଖି ସ୍ଥିର ହୋଇଥିଲା । ଏହାପରେ ଆଜି ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.