April 19, 2024

କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ବିବାଦ ଘେରରେ କେନ୍ଦ୍ରପଡା ବିଜେଡ଼ି ସାଂସଦ ଅନୁଭବ ମହାନ୍ତି

1 min read
Odisha MP Anubhav Mohanty Misbehaves With OTV Journalist

ଆଓରି-ଭୁବନେଶ୍ଵର(୦୬/୧୧) : ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ପୁଣିଥରେ ବିବାଦ ଘେରକୁ ଆସିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଜଣେ ସାଂସଦ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ପ୍ରତିନିଧିଙ୍କୁ ଅପମାନ ଜନକ ବ୍ୟବହାର କରିବା କେତେଦୂର ଯଥାର୍ଥ ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ୟକ୍ତିଗତ ଶତ୍ରୁତା ପାଇଁ ଯଦି ସାଂସଦ ଅନୁଭବ ଏପରି କରିଥାନ୍ତି ତେବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମଧ୍ୟ ବୁଦ୍ଧିଜୀବୀମାନେ କହିଛନ୍ତି ।

ଗତକାଲି ରାଜ୍ୟର ଏକ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ମନୋଜ ସ୍ୱାଇଁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସର୍ବସମ୍ମୁଖରେ ଦୁର୍ବ୍ୟବହାର କରିଛନ୍ତି ସାଂସଦ ଅନୁଭବ ମହାନ୍ତି  । କେବଳ ଦୁର୍ବ୍ୟବହାର ନୁହେଁ, ନ୍ୟୁଜ୍‌କୁ କଦର୍ଥ କରୁଛ ବୋଲି ଆକ୍ଷେପ କରିବା ସହ ତାଚ୍ଛଲ୍ୟ କରିଛନ୍ତି ଅନୁଭବ ମହାନ୍ତି । ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଭିଡ଼ି ନେବା ସହ ତାଳିମାରି ଅପମାନିତ କରିବାକୁ ବି ପଛାଇ ନାହାଁନ୍ତି ଅନୁଭବ । କେବଳ ଅନୁଭବ ନୁହେଁ, ତାଙ୍କର କିଛି ଅନୁଗତ ବି ଅନୁଭବଙ୍କ ସହ ସ୍ୱର ମିଳାଉଛନ୍ତି ।

ଅନୁଭବଙ୍କ ଏଭଳି ଔଦ୍ଧତ୍ୟ ଆଚରଣ ନୂଆ ନୁହେଁ, ଗତ କିଛି ଦିନ ତଳେ ନିଜ ଘର ସାମ୍ନାରେ କଟକରେ ଜଣେ ମହିଳା ସାମ୍ବାଦିକଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଥିଲେ ସେ । ଏନେଇ ପୁରୀ ଘାଟ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । କେବଳ ସେତିକି ନୁହେଁ ପରେପରେ ନିଜ ପଡ଼ୋଶୀ ତଥା ଛାତ୍ର ବିଜେଡି ନେତା ମନଜିତ ଦାସଙ୍କୁ ଦୁର୍ବ୍ୟବହାର କରି ଚର୍ଚ୍ଚାକୁ ଆସିଥିଲେ ଅନୁଭବ ।

ସେ ଯାହା ହେଉ ଜଣେ ସାଂସଦ ଗଣତନ୍ତ୍ର ମୂଲ୍ୟବୋଧକୁ ବୁଝିପାରିଲେନି କେମିତି ? କେମିତି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କଲେ ସାଂସଦ ? କଣ ନିଜ ପାୱାରକୁ ବ୍ୟବହାର କରି ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚାହୁଁଛନ୍ତି କି ସାଂସଦ ଅନୁଭବ ମହାନ୍ତି ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି । ଏହାକୁ ବିରୋଧ କରି କେନ୍ଦ୍ରାପଡ଼ା ସାମ୍ବାଦିକ ସଂଘ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.