ଧର୍ମ-ଆଧ୍ୟାତ୍ମ

କେଦାରନାଥ ଯାତ୍ରା ଆରମ୍ଭ

ଆଓରି(ତା୨୯|୪)-

କେଦାରନାଥଙ୍କ ଦର୍ଶନ ପାଇଁ ତୀର୍ଥଯାତ୍ରୀ ଓ ଭକ୍ତଙ୍କ ଯାତ୍ରା ଆରମ୍ଭ ହୋଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ତୀର୍ଥଯାତ୍ରୀଙ୍କୁ ସ୍ୱାଗତ କରିଛନ୍ତି। ଚଳିତ ବର୍ଷ ଯାତ୍ରା ପାଇଁ ଉତ୍ତରାଖଣ୍ଡ ସରକାର କେତେକ ନୂତନ ପଦକ୍ଷେପ ନେଇଛନ୍ତିି। କେଦାରପୁରୀଠାରେ ଶିବଶଙ୍କରଙ୍କ ମହିମା ବିଷୟରେ ଭକ୍ତମାନଙ୍କୁ ଅଧିକରୁ ଅଧିକ ଜ୍ଞାନ ବାଣ୍ଟିବା ପାଇଁ ଲେଜର ଶୋ ଓ ବେଦପାଠର ଆୟୋଜନ କରାଯାଇଛି। ଗୌରୀକୁଣ୍ଡଠାରୁ କେଦାରନାଥ ପର୍ଯ୍ୟନ୍ତ ରାସ୍ତାରେ ଭକ୍ତଙ୍କୁ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ସହିତ ଭକ୍ତଙ୍କ ସୁରକ୍ଷା ଓ ବିଜୁଳି ବ୍ୟବସ୍ଥା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ପ୍ରତି ୧ କିଲୋମିଟରରେ ଡାକ୍ତର ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ତୀର୍ଥସ୍ଥଳରେ ଯାତ୍ରୀଙ୍କ ରହିବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ତୀର୍ଥସ୍ଥଳ ଆସନ୍ତା ୩୦ ତାରିଖରେ ଖୋଲିବ।

Related Articles

Leave a Reply

Your email address will not be published. Required fields are marked *

Back to top button