ରାଜନୀତି

ବିଜେପି ୨୦୦୪ ଲୋକସଭା ନିର୍ବାଚନ ଜିତିଥିଲେ କାଶ୍ମୀର ସମସ୍ୟା ସମାଧାନ ହୋଇପାରିଥାନ୍ତା: ଇମ୍ରାନ ଖାନ୍‌

ଆଓରି-ନୂଆଦିଲ୍ଲୀ(୦୫/୧୨) : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ ସବୁବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା କାଶ୍ମୀର ସମସ୍ୟାକୁ ନେଇ ମନ୍ତବ୍ୟ ଦେଇଆସୁଛନ୍ତି । ସେହିଭଳି ପୁଣି ଥରେ ଏବେ କାଶ୍ମୀର ପ୍ରସଙ୍ଗ ନେଇ ଏକ ବୟାନ ଦେଇଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି । ସେ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀରକୁ ନେଇ ଯେଉଁ ସମସ୍ୟା ଲାଗି ରହିଛି ତାହା କେବଳ ଆପସ ବୁଝାମଣାରେ ହିଁ ସମାଧାନ ହୋଇପାରିବ । ଆପସ କଥାବାର୍ତ୍ତା ଓ ବୁଝାମଣା ହିଁ ଏହି ସମସ୍ୟାର ମୁଖ୍ୟ ସମାଧାନର ବାଟ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କହିଥିଲେ ଯଦି ୨୦୦୪ ମସିହାରେ ବିଜେପି ଲୋକସଭା ନିର୍ବାଚନ ଜିତିବ ତେବେ କାଶ୍ମୀର ସମସ୍ୟା ଶୀଘ୍ର ସମାଧାନ ହୋଇପାରିବ । ପାକିସ୍ତାନର କିଛି ଗଣମାଧ୍ୟମ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏଭଳି ବୟାନ୍‌ ଦେଇଛନ୍ତି । କେବଳ ଅଟଳ ବିହାରୀ ବାଜପେୟୀ ନୁହଁନ୍ତି ପୂର୍ବତନ ବିଦେଶ ମନ୍ତ୍ରୀ ନଟଓ୍ୱର ସିଂହ ମଧ୍ୟ ଏହି ସମାନ ରାୟ ଦେଇଥିଲେ ବୋଲି ସେ କହିଛନ୍ତି । ଇମ୍ରାନ୍‌ କହିଛନ୍ତି ଯଦି ୨୦୦୪ ରେ ବିଜେପି ଲୋକସଭା ନିର୍ବାଚନ ଜିତିଥାନ୍ତା ତେବେ ଏହି କାଶ୍ମୀର ସମସ୍ୟା ଆଜି ଯାଏ ନଥାନ୍ତା।

ଇମ୍ରାନ୍‌ ନିଜ ବୟାନରେ ଆହୁରି ମଧ୍ୟ କହିଛନ୍ତି ଯେ, କାଶ୍ମୀର ସମସ୍ୟା ସମାଧାନ ନେଇ ଭାରତ ଓ ପାକିସ୍ତାନ ବହୁତ ନିକଟତର ଥିଲେ । ବିନା କଥାବାର୍ତ୍ତାରେ କାଶ୍ମୀର ସମସ୍ୟାର ସମାଧାନ ନେଇ କୌଣସି ପଦକ୍ଷେପ ନିଆଯାଇ ପାରିବ ନାହିଁ । କାଶ୍ମୀର ସମସ୍ୟାର ସମାଧାନ କେବଳ ଅଟଳ ଜୀ ହିଁ କରିପାରିଥାନ୍ତେ ।

Related Articles

Leave a Reply

Your email address will not be published. Required fields are marked *

Back to top button