ରାଜନୀତି

କେ.ଜି. ବୋପେଆ କର୍ଣ୍ଣାଟକର ଅସ୍ଥାୟୀ ବାଚସ୍ପତି ନିଯୁକ୍ତ: ଆପତ୍ତି ଉଠାଇଲା କଂଗ୍ରେସ

ଆ.ଓ.ରି(ତା୧୮|୫)-କର୍ଣ୍ଣାଟକର ବିଧାନସଭାର ପରବର୍ତ୍ତୀ ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ବିଜେପି ନେତା କେ.ଜି. ବୋପେଆ। ଅସ୍ଥାୟୀ ବାଚସ୍ପତି ଭାବେ ବୋପେଆଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ବାଜୁ ଭାଇ ବଳ। ପୂର୍ବରୁ ୨୦୦୯ରୁ ୨୦୧୩ ମସିହା ପର୍ଯ୍ୟନ୍ତ କର୍ଣ୍ଣାଟକ ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇଛନ୍ତି ସେ। କେଜି ବୋପେଆ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ଖୁବ୍ ନିକଟତର ଲୋକ ବୋଲି କୁହାଯାଉଛି।ଏହାକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ। ବୋପେଆଙ୍କୁ କାହିଁକି ବାଚସ୍ପତି ନିଯୁକ୍ତ କରାଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ। ବହୁ ବରିଷ୍ଠ ବିଧାୟକଙ୍କ ଅଣଦେଖା କାହିଁକି କରାଗଲା ବୋଲି ଅଭିଯୋଗ କରିଛି ଦଳ।

Related Articles

Leave a Reply

Your email address will not be published. Required fields are marked *

Back to top button