ରାଜନୀତି

କର୍ଣ୍ଣାଟକ ବାଜି କିଏ ଜିତିବ

ଆଓରି(ତା୨୬|୪)-କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସରଗରମ ହୋଇଛି। କିନ୍ତୁ ଚଳିତ ନିର୍ବାଚନରେ କାହାକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ବୋଲି ଓପିନିୟନ ପୋଲରୁ ଜଣାପଡ଼ିଛି। ଯଦିଓ ଗତ ଥର ତୁଳନାରେ ଏଥିର ବିଜେପି ଅଧିକ ଆସନ ଅକ୍ତିଆର କରିବ। କିନ୍ତୁ ଦଳ ଏକାକୀ ଶାସନ କରିବାକୁ ଜନମତ ମିଳିବ ନାହିଁ। ସେହିପରି କଂଗ୍ରେସର ଆସନ ଅନେକ ପରିମାଣରେ କମିବ ବୋଲି ବିଭିନ୍ନ ଓପିନିୟନ ପୋଲରୁ ଜଣାପଡ଼ିଛି।

ଭୋଟର ମାନଙ୍କୁ ମନେଇବା ପାଇଁ ବିଭିନ୍ନ ଦଳର ଟାଣୁଆ ନେତାମାନେ ପ୍ରଚାର ଚଳାଇଛନ୍ତି। ଟାଇମ୍ସ ନାଓ ଓ ଭୋଟର୍ସ ମୁଡ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବିଜେପିକୁ ଗତଥର ଅପେକ୍ଷା ପ୍ରାୟ ଅଧିକ ୨ଗୁଣ ସିଟ୍ ମିଳିବ।

ବିଜେପିର ସିଟ୍‌ ସଂଖ୍ୟା ୮୯ରେ ପହଞ୍ଚିବ ବୋଲି ଜନମତରୁ ଜଣାପଡ଼ିଛି। ସେହିପରି ବର୍ତ୍ତମାନ ଶାସନ କ୍ଷମତାରେ ଥିବା କଂଗ୍ରେସ ୯୧ଟି ଆସନ ପାଇବ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେଗୌଡାଙ୍କ ଜନତା ଦଳ ସେକୁଲାର ଓ ବହୁଜନ ସମାଜ ପାର୍ଟି ମେଣ୍ଟକୁ ୪୦ଟି ସିଟ୍‌ ମିଳିବ।

ଓପିନିୟନ ପୋଲରେ ଝୁଲା ବିଧାନସଭା ନେଇ ସଙ୍କେତ ମିଳିଥିବାରୁ କର୍ଣ୍ଣାଟକରେ କିଏ ଶାସନର ମଙ୍ଗ ଧରିବ ସେ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

Related Articles

Leave a Reply

Your email address will not be published. Required fields are marked *

Back to top button