ଇସ୍ତଫା ଦେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡି.କୁମାରସ୍ୱାମୀ
1 min read
ଆଓରି-ନୂଆଦିଲ୍ଲୀ(୨୨/୦୭) : ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡି.କୁମାରସ୍ୱାମୀ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ସୋମବାର ସଂଧ୍ୟା ୬ଟାରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସଂଧ୍ୟା ୭ଟାରେ ସେ ରାଜ୍ୟପାଳ ବାଜୁଭାଇ ଭଲ୍ଲାଙ୍କୁ ଭେଟିବା ଲାଗି ସମୟ ନେଇଥିବାରୁ ରାଜନୈତିକ ମହଲରେ ଏପରି ଆଲୋଚନା ଆରମ୍ଭ ହୋଇଯାଇଛି। ତେବେ ଅନ୍ୟ ଏକ ସୂତ୍ର ଅନୁସାରେ, କୁମାରସ୍ବାମୀ ରାଜ୍ୟପାଳଙ୍କୁ ଭେଟିବା ଲାଗି ଇସ୍ତଫା ଦେଇ ନ ଥିବା ସୂଚନା ମିଳିଛି। ଫଳରେ କୁମାର ସ୍ଵାମୀଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ ପ୍ରହେଳିକା ଦେଖାଯାଇଛି।
କର୍ଣ୍ଣାଟକ ବିଧାନସଭାରେ ଜାରି ରହିଛି ଆସ୍ଥା ଭୋଟ ଉପରେ ଆଲୋଚନା। ୧୬ ବିଧାୟକଙ୍କ ଇସ୍ତଫା ପରେ ସଂକଟ ଭିତରକୁ ଠେଲି ହୋଇଯାଇଥିବା କର୍ଣ୍ଣାଟକର ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ସଂଖ୍ୟା ଲଘୁ ହୋଇ ଯିବା ପରେ ବିରୋଧୀ ବିଜେପି ପକ୍ଷରୁ ଗୃହରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ଲାଗି ଦାବି କରାଯାଇଥିଲା।