ରାଜନୀତି

ଝୁଲା ସରକାର ହେବ କର୍ଣ୍ଣାଟକରେ

ଆଓରି(ତା୨୪|୪)- ଆସନ୍ତା ମାସରେ ହେବାକୁ ଯାଉଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳ ଝୁଲା ହେବ। ରାଜ୍ୟରେ କୌଣସି ରାଜନୈତିକ ଦଳ ସରକାର ଗଠନ ଲାଗି ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିପାରିବେ ନାହିଁ ବୋଲି ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଟାଇମ୍ସ ନାଓ-ଭିଏମଆର ସର୍ଭେ ରିପୋର୍ଟ ଅନୁଯାୟୀ ୨୨୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ କଂଗ୍ରେସ ୯୧ଟି ଆସନ ପାଇବାକୁ ଥିବାବେଳେ ବିଜେପି ୮୯, ଜେଡିଏସ ୪୦ଟି ଓ ଅନ୍ୟାନ୍ୟ ଦଳ ୪ଟି ଆସନ ପାଇବେ। ତେଣୁ ଏପରିସ୍ଥିତିରେ କୌଣସି ଦଳ ସରକାର ଗଠନ କରିବାକୁ ସକ୍ଷମ ହେବେ ନାହିଁ। ସରକାର ଗଠନରେ ଜେଡିଏସ୍‍ କିଙ୍ଗ ମେକର (ପ୍ରମୁଖ) ଭୂମିକା ଗ୍ରହଣ କରିବ ବୋଲି ରିପୋର୍ଟରୁ ଜଣାଯାଇଛି। ରିପୋର୍ଟ ଅନୁଯାୟୀ କଂଗ୍ରେସର ୩୮.୬ %, ବିଜେପି ୩୫.୦୩% ଏବଂ ଜେଡିଏସ-ବିଏସପି ୨୧.୩୩% ଭୋଟ ପାଇବେ। ଏବିପି-ସିଏସଡିଏସ୍‍ର ସର୍ଭେ ଅନୁଯାୟୀ ବିଜେପି ୮୯ରୁ ୯୫ଟି ଆସନ ପାଇବ, କଂଗ୍ରେସ ୮୫ରୁ ୯୧ଟି ଆସନ ଓ ଜେଡିଏସ୍‍ ୩୨ରୁ ୩୮ଟି ଆସନ ପାଇବ। ବିଜେପି ଭୋଟ୍‍ ହାର ସର୍ବାଧିକ ୩୭% ଓ କଂଗ୍ରେସର ଭୋଟ ହାର ୩୫% ରହିବ। ଏହି ସର୍ଭେ ଅନୁଯାୟୀ ସିଦ୍ଧରମୈୟା ସବୁଠାରୁ ପସନ୍ଦର ମୁଖ୍ୟମନ୍ତ୍ରୀ।

Related Articles

Leave a Reply

Your email address will not be published. Required fields are marked *

Back to top button