ରାଜନୀତି

ଓଡ଼ିଶାରେ କର୍ଣ୍ଣାଟକ ଫଳାଫଳର ପ୍ରଭାବ

ଆ.ଓ.ରି(ତା୧୫|୫)-

ବିଜେପି ଶିବରରେ ଉତ୍ସବର ପରିବେଶ । ବାଜା-ବାଣରେ କମ୍ପୁଛି ପରିବେଶ, ଝୁମୁଛନ୍ତି କର୍ମୀ। ଏମିତି ଦୃଶ୍ୟ  ଦେଖିବାକୁ ମିଳିଛି ବିଜେପି ରାଜ୍ୟ କାର୍ଯ୍ୟାଳୟରେ। ଯଦିଓ କର୍ଣ୍ଣାଟକ ଫଳାଫଳ ରୋଚକ ମୋଡ଼ରେ ପହଁଞ୍ଚିଛି, ତଥାପି ବଡ଼ ଦଳ ଭାବରେ ବିଜେପିର ପ୍ରଦର୍ଶନକୁ ନେଇ ଖୁସି ମନାଉଛନ୍ତି ରାଜ୍ୟ ବିଜେପି ନେତା ଓ କର୍ମୀ।

ବିଜେପୁର ବିପର୍ଯ୍ୟୟ ପରେ ରାଜ୍ୟ ବିଜେପି ପାଇଁ କର୍ଣ୍ଣାଟକ ଫଳ ଆଶ୍ୱସ୍ତି ଆଣିଛି ବୋଲି ନେତା ଆଶା କରୁଛନ୍ତି। କର୍ଣ୍ଣାଟକର ପ୍ରଭାବ ଓଡିଶା ରାଜନୀତିର ପାଣିପାଗକୁ ବି ପ୍ରଭାବିତ କରିବ। ଏପରିକି ଦଳର କଂଗ୍ରେସ ମୁକ୍ତ ନାରାକୁ ନେଇ ରାଜ୍ୟ ନେତାଏ ଦମ୍ଭୋକ୍ତି କରୁଛନ୍ତି। ୨୦୧୯ରେ ଓଡିଶାକୁ ବିଜେଡି ମୁକ୍ତ କରିବ ବିଜେପି, ରାଜ୍ୟ ବିଜେପିର ଏ କଥାକୁ କିନ୍ତୁ ଗ୍ରହଣ କରୁନାହାନ୍ତି ବିଜେଡି ଓ କଂଗ୍ରେସ।ଉତ୍ତର ପୂର୍ବ ରାଜ୍ୟ ମେଘାଳୟ, ମଣିପୁରରେ ସରକାର କରିବା ପରେ କର୍ଣ୍ଣାଟକ, ପଶ୍ଚିମବଙ୍ଗ ଓ ଓଡିଶାରେ ଗେରୁଆ ବାନା ଉଡାଇବାକୁ ଦମ୍ଭ ଦେଖାଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ବିଜେପି କମାଣ୍ଡରଙ୍କ ଏ ମନ୍ତବ୍ୟ ସତ ହୋଇଥିଲେ ବି କର୍ଣ୍ଣାଟକରେ କଂଗ୍ରେସକୁ ଗାଦିଚ୍ୟୁତ କରିବାରେ ଶାହାଙ୍କ ରଣନୀତି ଏବେ ସୁଦ୍ଧା ସଫଳ ହୋଇନି। ତଥାପି ଦକ୍ଷିଣରେ ବିଜେପି ଏହି ପ୍ରଦର୍ଶନ ସର୍ବକାଳୀନ ରେକର୍ଡ଼। କର୍ଣ୍ଣାଟକ ପରେ ଏବେ ମୋଦି-ଶାହା ଯୋଡିଙ୍କ ନଜର ପଶ୍ଚିମବଙ୍ଗ ଓ ଓଡିଶା ଉପରେ।ବିଜେପୁର ପରାଜୟ ପରେ ରାଜ୍ୟ ବିଜେପି ପ୍ରଥମଥର ପାଇଁ କର୍ଣ୍ଣାଟକର ଫଳକୁ ବିଜୟ ଉତ୍ସବ ପାଳୁଛି। ତେବେ ବିଜେପି ଓଡ଼ିଶାରେ ଅନୁରୂପ ସଫଳତା ପାଇଁ କଣ ଷ୍ଟ୍ରାଟେଜି ଆପଣାଉଛି, ତା ଉପରେ ନଜର।

Related Articles

Leave a Reply

Your email address will not be published. Required fields are marked *

Back to top button