ଆତଙ୍କବାଦୀ ବ୍ରୁହାନ ୱାନିର ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ କାଶ୍ମୀରର ଅନେକ ସ୍ଥାନରେ କର୍ଫ୍ୟୁ
1 min read
ଆଓରି-ନୂଆଦିଲ୍ଲୀ(୦୯/୦୭) : ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ବ୍ରୁହାନ ୱାନିର ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀମାନେ ବନ୍ଦ ପାଳନ କରିଛନ୍ତି। ଶ୍ରୀନଗର ଅନ୍ତର୍ଗତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ବିଚ୍ଛିନ୍ନତାବାଦୀଙ୍କ ମିଳିତ ସଂଗଠନ ଜଏଣ୍ଟ ରେଜିଷ୍ଟାନ୍ସ ଲିଡରସିପ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା। ଶ୍ରୀନଗରର ୫ ଥାନା ଅଧିନସ୍ଥ ଖାନ୍ୟାର, ସାଫା କାଡାଲ, ମହାରାଜଗଞ୍ଜ, ନୁଆହାଟ ଏବଂ ରୈନାୱାରିଠାରେ କର୍ଫ୍ୟୁ ଜାରି କରାଯାଇଛି।
ପୁଲୱାମାର ତ୍ରାଲଠାରେ ଲୋକେ ଘରୁ ନ ବାହାରିବା ଲାଗି ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ରାଜ୍ୟ ପୁଲିସ, ସିଆରପିଏଫ ଏବଂ ରାଷ୍ଟ୍ରୀୟ ରାଇଫଲ୍ସର ମିଳିତ ବାହିନୀ ତ୍ରାଲର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ କରିଛନ୍ତି। ୪ଟି ଜିଲାରେ ମୋବାଇଲ ସେବା ବନ୍ଦ ରହିଛି। ପୁଲୱାମାର ଅବନ୍ତିପୋରାକୁ ସଂଯୋଗ କରୁଥିବା ଇଦଗାହ, ପିଙ୍ଗଲିଶ, ଦରସାରା ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତ୍ରାଲର ଇଦଗାହଠାରେ ୱାନିର ସମାଧି ନିକଟରେ ଏକ ସଶସ୍ତ୍ର ସୁରକ୍ଷାବାହିନୀ ଜଗି ରହିଛି।