ମନୋରଞ୍ଜନ
ପୁଣି ଥରେ ନିଜର ଏକ ନୂଆ ସୋ ନେଇ କୃଷ୍ଣା ଏବଂ ଭାରତୀଙ୍କ ସହ ପରଦାକୁ ଫେରିବେ କପିଲ ଶର୍ମା
![Aajira-Odisha](http://www.aajiraodisha.org/wp-content/uploads/2018/09/Kapil-Sharma-Bharti-Singh.jpg)
ଆଓରି-ନୂଆଦିଲ୍ଲୀ(୫/୯) : କିଛି ଦିନ ତଳେ ହାସ୍ୟ ଅଭିନେତା କପିଲ ଶର୍ମା ପୁଣି ଥରେ ନିଜର ଏକ ନୂଆ ସୋ’ ନେଇ ପରଦାକୁ ଫେରୁଥିବା ଖବର ମିଳିଥିଲା । ଏହି ସୋ’ର ପ୍ରିମିୟର ଅକ୍ଟୋବର ମାସରେ ହେବାକୁ ଥିବା ବେଳେ କପିଲ ଏହି ସୋ’ରେ ହାସ୍ୟ ଅଭିନେତା କୃଷ୍ଣା ଅଭିଷେକଙ୍କ ସହ ସ୍କ୍ରିନ୍ ସେୟାର କରିବେ ବୋଲି ସୂଚନା ମିଳିଥିଲା । କିନ୍ତୁ ଏବେ କପିଲଙ୍କ ଏହି ସୋ’ରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ମଧ୍ୟ ନଜର ଆସିବେ ବୋଲି ଜଣାପଡ଼ିଛି ।
ଏହି ସୋ’ ସଂପର୍କରେ ଭାରତୀ କହିଛନ୍ତି, ‘ମୁଁ ଏବେ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ କରୁଛି । ଏ ସମୟରେ ଆଉ କୌଣସି ସୋ’ ମୁଁ ହାତକୁ ନେବା ପରିସ୍ଥିତିରେ ନାହିଁ । ଯଦି ଏଭଳି କିଛି ହେବାର ଥାଆନ୍ତା । ତେବେ ମୁଁ ଏହାକୁ ହୃଦୟରୁ ସ୍ୱୀକାର କରିଥାନ୍ତି । ଯଦି କପିଲ ମୋତେ ତାଙ୍କ ସୋ’ରେ କାମ କରିବାର ସୁଯୋଗ ଦେଇଥାନ୍ତେ,ତେବେ ମୁଁ ଖୁସିରେ କାମ କରିବାକୁ ରାଜି ହୋଇଥାନ୍ତି । କିନ୍ତୁ ସେ ମୋତେ କୌଣସି ଅଫର ଦେଇ ନାହାନ୍ତି।