ମନୋରଞ୍ଜନ
ଡ଼ିସେମ୍ବର ୧୨ରେ ନିଜ ପ୍ରେମିକା ଗିନ୍ନୀଙ୍କୁ ବିବାହ କରିବେ କପିଲ
![Kapil-Sharma-Aajira-Odisha](http://www.aajiraodisha.org/wp-content/uploads/2018/12/Kapil-Sharma-Aajira-Odisha.jpg)
ଆଓରି-ନୂଆଦିଲ୍ଲୀ(୧୧/୧୨) : ଭାରତର ସବୁଠାରୁ ଚର୍ଚ୍ଚିତ ଏବଂ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଡ଼ିସେମ୍ବର ୧୨ରେ ନିଜ ପ୍ରେମିକା ଗିନ୍ନୀ ଚତାର୍ଥଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି । ଜଲନ୍ଧରେ ଦୁହିଁଙ୍କ ବିବାହ ଅନୁଷ୍ଠିତ ହେବାକୁ ଥିବା ବେଳେ ବିବାହ ପରେ ଗିନ୍ନୀଙ୍କୁ ସମୟ ଦେବା ପାଇଁ କପିଲ ପୂର୍ବରୁ ସବୁ କାମ ସାରୁଥିବା ଦେଖାଯାଇଥିଲା । ନିଜର ନୂଆ ସୋ’ର ପ୍ରଥମ ଅଧ୍ୟାୟରେ ସଲମାନ ଖାନ୍ ଅତିଥି ଭାବରେ ଯୋଗ ଦେବାକୁ ଥିବା ବେଳେ ବିବାହର ପ୍ରସ୍ତୁତିକୁ ଅଧାରେ ଛାଡ଼ି କପିଲ ସୁଟିଂ ପାଇଁ ମୁମ୍ବାଇରେ ପହଞ୍ଚିଥିଲେ । ତେବେ ଆଗକୁ ବିବାହ ଥିବା ବେଳେ କପିଲ ନିଜ ପ୍ରଶଂସକଙ୍କ ପାଇଁ ମଧ୍ୟ ଖାସ୍ ବ୍ୟବସ୍ଥା କରିଥିବାର ସୂଚନା ମିଳିଛି।