ମନୋରଞ୍ଜନ

କପିଲ ଶର୍ମାଙ୍କର ନୂଆ ଟି ଭି ସୋ ଖୁବ ଶୀଘ୍ର ଆରମ୍ଭ ହେବ

ମୁମ୍ବାଇ: ଆକ୍ଟର-କମେଡିଆନ୍‌ କପିଲ ଶର୍ମାଙ୍କର ନୂଆ ଟି ଭି ସୋ ଖୁବ ଶୀଘ୍ର ପ୍ରସାରଣ ହେବାକୁ ଯାଉଛି | କପିଲ ଙ୍କର ଗତ ବର୍ଷ ବହୁତ ଚର୍ଚ୍ଚା ରେ ରହିଥିଲେ। ପ୍ରଥମେ ସେ ଫ୍ଲାଇଟରେ ଆସୁଥିବା ବେଳେ ତାଙ୍କର ସାଥୀ କଳାକାର ସୁନୀଲ ଗ୍ରୋଭରଙ୍କୁ ଅଭଦ୍ର ବ୍ୟବହାର କରିବାକୁ ନେଇ ସମାଲୋଚିତ ହୋଇଥିଲେ । ଏହି ଘଟଣା ପରେ ସୁନୀଲ କପିଲ ଶର୍ମାଙ୍କ ‘ ଦ କପିଲ ଶର୍ମା ସୋ’ ରୁ ଓହରି ଯାଇଥିଲେ ଏବଂ ସୋ’ର ଟିଆରପି ତଳକୁ ଆସି ଯାଇଥିଲା । ସେ ସୁନୀଲଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରି ସୋ’କୁ ଫେରି ଆସିବା ଲାଗି ଅନୁରୋଧ କରିଥିଲେ, ମାତ୍ର ଫେରି ନ ଥିଲେ ।
କପିଲ ଶର୍ମାଙ୍କ ଦ୍ୱିତୀୟ ସିନେମା ‘ଫିରଙ୍ଗୀ’ ବି ଭଲ ଚାଲି ନ ଥିଲା ଗତ ବର୍ଷ । ତାଙ୍କର ପ୍ରଥମ ସିନେମା ‘ କିସ୍‌ କିସ୍‌ କୋ ପ୍ୟାର୍‌ କରୁଁ’ ସୁପରହିଟ୍‌ ହୋଇଥିବା ବେଳେ ‘ଫିରଙ୍ଗୀ’ ଫ୍ଲପ୍‌ ହେଲା ।

Related Articles

Leave a Reply

Your email address will not be published. Required fields are marked *

Back to top button