ଖେଳ

ଏସିଆ ପାସିଫିକ ସିନିୟର୍ସ ପ୍ରତିଯୋଗିତାରେ ଖେଳିବେ କପିଳ ଦେବ

ଆଓରି-ନୂଆଦିଲ୍ଲୀ(୩୦/୭) : ଦୀର୍ଘ ୨୪ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ପୂର୍ବତନ ଭାରତୀୟ ଅଧିନାୟକ କପିଳ ଦେବ ପୁଣି ଥରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଜଣେ ଗଲ୍‌ଫର ଭାବେ ଖେଳିବେ  କପିଳ ଦେବ। ଆସନ୍ତା ଅକ୍ଟୋବରରେ ଜାପାନଠାରେ ଏସିଆ ପାସିଫିକ ସିନିୟର୍ସ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଟୁର୍ନାମେଣ୍ଟ ଲାଗି ଘୋଷିତ ଦଳରେ ସ୍ଥାନ ପାଇଛନ୍ତି କପିଳ। ଏହା କ୍ରିକେଟ ସହ ସମାନ ନୁହେଁ। କିନ୍ତୁ ମୁଁ ଦେଶ ପକ୍ଷରୁ ପୁଣି ଥରେ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇଥିବାରୁ ଗର୍ବିତ। ଏହାଠାରୁ ବଡ଼ ଖୁସି ଆଉ ନାହିଁ। କ୍ରିକେଟରୁ ଅବସର ନେବା ପରେ ମୁଁ ଗଲ୍ଫ ଫିଲ୍ଡରେ କଡ଼ା ପରିଶ୍ରମ କରିଥିଲି। ମାତ୍ର ଦୁଇରୁ ତିନି ବର୍ଷ ପରେ ମୋତେ ଆଉ ଅଭ୍ୟାସ ଲାଗି ସମୟ ମିଳିନାହିଁ। ଏହାସତ୍ତ୍ୱେ ମୁଁ ଏହି ଗେମ୍ସ ସହ ଯଡ଼ିତ ହୋଇ ରହିଛି“ ବୋଲି ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ ଦଳର ଅଧିନାୟକ କପିଳ ଦେବ କହିଛନ୍ତି। ଚଳିତ ମାସରେ ଗ୍ରେଟର ନୋଏଡାଠାରେ ଅନୁଷ୍ଠିତ ସର୍ବଭାରତୀୟ ସିନିୟର୍ସ ପ୍ରତିଯୋଗିତାରେ ପ୍ରଦର୍ଶନ ବଳରେ କପିଳଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button