March 21, 2023

ବିଜେଡିରୁ ଇସ୍ତଫା ଦେଲେ କନ୍ଧମାଳ ସାସଂଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ

1 min read
Pratyusha-Rajeswari-Aajira-Odisha

ଆଓରି-ଭୁବନେଶ୍ଵର(୨୦/୦୩) : ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ସେହିପରି ବୁଧବାର ବିଜେଡି ନେତ୍ରୀ ତଥା କନ୍ଧମାଳ ସାସଂଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।
ଦୁଇ ଦିନ ପୂର୍ବରୁ ବିଜେଡିର ପ୍ରଥମ ପାର୍ଥୀ ତାଲିକାରେ କନ୍ଧମାଳ ଲୋକସଭା ଆସନରେ ତାଙ୍କ ବଦଳରେ ଅଚ୍ୟୁତ ସାମନ୍ତଙ୍କୁ ଟିକେଟ ଦିଆଯାଇଛି। ପୂର୍ବରୁ ପ୍ରତ୍ୟୁଷା ଚଳିତ ଲୋକସଭା ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା। ସେ କହିଥିଲେ ମତେ ଟିକେଟ ମିଳିଲେ ମୁଁ ନିଶ୍ଚିତ ଲଢିବି ନହେଲେ ସ୍ୱାଧୀନ ଭାବରେ ଲଢିବାକୁ ଚେଷ୍ଟା କରିବି। ତେଣୁ ତାଙ୍କୁ ଦଳରେ ଅବହେଳା କରାଯାଉଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ସେ ଆହୁରି କହିଛନ୍ତି ନବୀନ ପଟ୍ଟନାୟକ ୩୩% ମହିଳା ପାର୍ଥୀଙ୍କ କଥା କହୁଛନ୍ତି କିନ୍ତୁ, ମତେ ଟିକେଟ ମିଳିଲା ନାହିଁ। ବିଧାୟକ ଅରୁଣ ସାହୁ ଓ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବିରୋଧରେ ମଧ୍ୟ ପ୍ରତ୍ୟୁଷା ଅଭିଯୋଗ କରିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.