March 27, 2023

ଦିଲ୍ଲୀରେ କଳିଙ୍ଗ ଏଚ୍.ଆର୍ ଗୃପର ମିଳନ ସଭା

1 min read
Kalinga HR AAjira Odisha

ଆଓରି- ନୂଆଦିଲ୍ଲୀ (୨୭।୦୭।୧୯)- ଓଡିଶାରୁ ପାଠ ପଢି ପ୍ରବାସରେ କାର୍ଯ୍ୟରତ କିଛି ଏଚଆର (ମାନବ ସମ୍ବଳ) ବିଭାଗର ଯୁବକ/ଯୁବତୀମାନଙ୍କ ଦ୍ଵାରା କଳିଙ୍ଗ ଏଚ୍.ଆର୍ ଗୃପ ଗତ କିଛିଦିନ ପୂର୍ବରୁ ହେବ ଗଠନ ହୋଇଥିଲା | ଦେଶବ୍ୟାପୀ ବିଭିନ୍ନ ବେସରକାରୀ ସଂସ୍ଥାରେ ସାମିଲ ହୋଇଥିଲେ ମଧ୍ୟ ଓଡିଶା ପାଇଁ କିଛି କରିବାରେ ଆଶାରେ ମାତ୍ର ୨ ମାସ ମଧ୍ୟରେ ୫୦୦ରୁ ଉର୍ଦ୍ଧ୍ଵ ସଭ୍ୟ ଯୋଡିହୋଇଥିଲେ | ଏହି ଗୃପର ପ୍ରଥମ ବୈଠକ ତଥା ମିଳନ ସଭା ଦିଲ୍ଲୀ ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଛି | ଗୃପ ମୂଳଲକ୍ଷ୍ୟ ହେଇଛି ଓଡିଆ ଲୋକମାନଙ୍କୁ ଉଚିତ ମାର୍ଗ ଦେଖାଇ ନିଯୁକ୍ତି ଯୋଗାଇଦେବା |

ଆଜିର ବହୁ ପ୍ରତିଯୋଗୀ ମୂଳକ ସମୟରେ ସଠିକ ସ୍କିଲ୍ (କୌଶଳ) ପ୍ରାପ୍ତ ହେବା ଏବଂ ତା ସହିତ ସଠିକ କମ୍ପାନୀରେ ଚାକିରି ପାଇବା ଏକ ବଡ କଷ୍ଟକର କାର୍ଯ୍ୟ କିନ୍ତୁ କଳିଙ୍ଗ ଏଚ୍.ଆର୍ ପରିବାରର ସମସ୍ତ ସଭ୍ୟ ଜଣେ ଓଡିଆ କିପରି ଠିକ ଭାବରେ ନିଜର ସ୍କିଲ୍ଲକୁ ଉନ୍ନତ କରିପାରିବ ଏବଂ ଉପଯୁକ୍ତ ସଂସ୍ଥାରେ ଚାକିରି ମିଳିପାରିବ ଚେଷ୍ଟା ନିରତ | ବହୁ ଓଡିଆ ବୁଦ୍ଧିଜୀବୀମାନେ ଏଚ୍.ଆର୍ ଗୃପର ଏହି ଭିନ୍ନ ଧରଣର ପଦକ୍ଷେପକୁ ପ୍ରଶଂସା କରୁଛନ୍ତି |

ନିକଟରେ ଅନୁଷ୍ଟିତ ରଥଯାତ୍ରାରେ ଦିଲ୍ଲୀ ଏନସିଆରରେ ଥିବା କିଛି ସଭ୍ୟ ଫରିଦାବାଦ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାଣି ଓ ଦହି ପାଣି ବଣ୍ଟନ ସେବା କରି ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ ବୋଲି ଏହି ଗୃପର ଶ୍ରୀ ସମର ମହାପାତ୍ର ଓ ଶ୍ରୀ ସୁଧାଂଶୁ ପାଢୀ ସୂଚନା ଦେଇଥିଲେ |

Leave a Reply

Your email address will not be published.

Copyright © All rights reserved. | Newsphere by AF themes.