ରାଜ୍ୟ

ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ୍ ପଡ଼ିଲା କଳିଙ୍ଗ ହସ୍ପିଟାଲ

ଆଓରି-ଭୁବନେଶ୍ଵର(୨୦/୦୭) : କଳିଙ୍ଗ ହସ୍ପିଟାଲ ବିରୋଧରେ ସ୍ୱାସ୍ଥ୍ୟ ବିଭାଗର ଦୃଢ କାର୍ଯ୍ୟାନୁଷ୍ଠାନ । ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ୍ ପଡ଼ିଲା କଳିଙ୍ଗ ହସ୍ପିଟାଲ । ବିଧାୟକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ତଦନ୍ତ ପାଇଁ ବିଧାସଭାରେ ରୁଲିଂ ଦେଇଥିଲେ ବାଚସ୍ପତି । ଗୃହର ତଦନ୍ତ କମିଟିକୁ ଉପସ୍ଥାପନ କରିଥିଲେ ମନ୍ତ୍ରୀ । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ଅନ୍ୟପଟେ ଘରୋଇ ହସ୍ପିଟାଲରେ ଶବ ବନ୍ଧକ ପଡ଼ିବା ଘଟଣାରେ ମଧ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଘଟଣାର ତଦନ୍ତ ପାଇଁ ୪ ଜଣିଆ ଟିମ ଗଠନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଟିମରେ ଦୁଇ ଜଣ ଡାଇରେକ୍ଟର ଅଛନ୍ତି ଟିମ୍‌ରେ ଆଗକୁ ଯେପରି ଏପରି ଘଟଣାର ପୁନାରବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button