ଇସ୍ତଫା ଦେଲେ କଳାହାଣ୍ଡି ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ପଟ୍ଟନାୟକ
1 min read
ଆଓରି-ଭୁବନେଶ୍ଵର(୧୯/୦୩) : ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା ପରେ ବଢୁଛି ଅସନ୍ତୋଷ । ବିଜେଡିରୁ ଇସ୍ତଫା ଦେଲେ କଳାହାଣ୍ଡି ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ପଟ୍ଟନାୟକ । ତାଙ୍କୁ ଜୁନାଗଡ ଟିକେଟ ନମିଳିବାରୁ ସେ ଅସନ୍ତୁଷ୍ଟ ହୋଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
ସେହିପରି ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି କୁସୁମ ଦଳ ଛାଡିଛନ୍ତି । ଗତକାଲି ପ୍ରାର୍ଥୀ ତାଲିକାରେ ତାଙ୍କୁ ଟିକେଟ ନଦେଇ ସୁନ୍ଦରଗଡ଼ ବିଧାନସଭା ବିଜେଡି ପ୍ରାର୍ଥୀ ଭାବେ କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇଥିବା ଯୋଗେଶ ସିଂଙ୍କୁ ଟିକେଟ ମିଳିବା ପରେ କୁସୁମ ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ତରଫରୁ ସୁନ୍ଦରଗଡ଼ ବିଧାୟକ ପ୍ରାର୍ଥୀ ହୋଇଥିଲେ କସୁମ । ଗତ ୧୭ ତାରିଖ ଦିନ କୁସୁମ ସୁନ୍ଦରଗଡ ଉନ୍ନୟନ ପରିଷଦରୁ ଇସ୍ତଫା ଦେଇଥିଲେ ।