June 29, 2022

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏସ୍‌.ଏ. ବୋବ୍‌ଡେ

1 min read
he Next judge of supreme court S. A. Bodbe

ଆଓରି-ନୂଆଦିଲ୍ଲୀ(୨୯/୧୦) : ଜଷ୍ଟିସ ଏସ୍‌.ଏ. ବୋବ୍‌ଡେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ନେବେ। ଏହା ପରେ ୧୮ ତାରିଖରେ ଜଷ୍ଟିସ ବୋବଡେ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ଅବସର ନେବା ପୂର୍ବରୁ ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିଥାନ୍ତି। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଜଷ୍ଟିସ ବୋବଡେଙ୍କ ନାମ ସୁପାରିସ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାହା ଉପରେ ମୋହର ମାରିଛନ୍ତି।

ସୂଚନାଯୋଗ୍ୟ, ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ନଭେମ୍ବର ୧୭ରେ ପ୍ରକାଶ ପାଇବାକୁ ଥିବାବେଳେ ସେହିଦିନ ପ୍ରଧାନବିଚାରପତି ଅବସର ଗ୍ରହଣ କରିବେ। ତାଙ୍କ ପରେ ଜଷ୍ଟିସ ଏସ.ଏ. ବୋବ୍‌ଡେ ପ୍ରଧାନ ବିଚାରପତି ସ୍ଥାନ ଅଳଙ୍କୃତ କରିବେ। ଜଷ୍ଟିସ ବୋବଡେ ପୂର୍ବରୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଆସନ୍ତା ୨୦୨୧ ଏପ୍ରିଲ ୨୩ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.