May 19, 2024

ଭାରତ-ନେପାଳ ଦ୍ୱିପକ୍ଷୀୟ ପ୍ରସଙ୍ଗ

1 min read

ଆଜିର ଓଡିଶା (ତା୭|୪)-ଭାରତ ଗସ୍ତରେ ଆସିଥିବା ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ରାଷ୍ଟ୍ରପତି ଭବନରେ  ସ୍ୱାଗତ କରାଯାଇଛି   ।  ଶ୍ରୀ ଓଲି କହିଛନ୍ତି, ବନ୍ଧୁତା ଏକ ମହତ୍ୱପୂର୍ଣ୍ଣ ବିଷୟ ଓ ଏହା ସହ ଅନ୍ୟ କିଛି ତୁଳନୀୟ ନୁହେଁ । ସମସ୍ତ ରାଜିନାମା ଓ ଚୁକ୍ତି ବନ୍ଧୁତାରୁ ଆରମ୍ଭ ହୋଇଥାଏ ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଇଦ୍ରାବାଦ ହାଉସ୍‍ରେ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ପରେ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଛି । ଦୁଇ ନେତା ଅନେକ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଶୁକ୍ରବାର ଶ୍ରୀ ମୋଦି ତାଙ୍କ ସରକାରୀ ବାସଭବନରେ ଶ୍ରୀ ଓଲିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ରବିବାର ସକାଳେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିଲେ । ଆଜି ସେ ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ, ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସାକ୍ଷାତ୍‍ କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.