ବାଣିଜ୍ୟ

ଆଜିଠୁ jioPhone ର ପ୍ରି-ବୁକିଂ, ମାତ୍ର ୫୦୦ ଟଙ୍କାରେ

ନୂଆଦିଲ୍ଲୀ,ଅଗଷ୍ଟ୨୪(ଆଜିର ଓଡ଼ିଶା): ବହୁ ଚର୍ଚ୍ଚିତ ଜିଓ ଫୋନ ଲଞ୍ଚ ହେବା ପରଠୁ ସମସ୍ତେ ଉତ୍ସାହର ସହିତ ଆଜିର ଦିନକୁ ଅପେକ୍ଷା କରିଥିଲେ | ଏହି ଫୋନକୁ ନେଇ ଅନେକ ପ୍ରକାରର ଖବର ଚର୍ଚ୍ଚାରେ ରହିଆସିଛି। ଆଜି ସନ୍ଧ୍ୟା ୫ଟାରୁ ବୁକ ଏହି ଫୋନର ପ୍ରି-ବୁକିଂ ଆରମ୍ଭ ହେବାକୁ ଯାଉଛି।

ଆପଣଙ୍କୁ ଏହା ମଧ୍ୟ ଜଣା ଯେ ଏହି ଫୋନ ବିଲକୁଲ ନିଃଶୁଳ୍କରେ ବିକ୍ରି ହେବ ନାହିଁ। ଏଥିପାଇଁ ଗ୍ରାହକଙ୍କୁ ୧୫୦୦ ଟଙ୍କାର ସିକ୍ୟୁରିଟି ଦେବାକୁ ପଡ଼ିବ। ମାତ୍ର କମ୍ପାନୀ ସୂଚନା ଦେଇଛି ଯେ ଆସନ୍ତାକାଲି ବୁକିଂ ସମୟରେ ଗ୍ରାହକଙ୍କୁ ୫୦୦ ଟଙ୍କା ଦେବାକୁ ପଡ଼ିବ। ବାକି ଟଙ୍କା ଫୋନ ଡେଲିଭରି ହେବା ପରେ ଦେବାକୁ ପଡ଼ିବ। ଗ୍ରାହକ ଚାହିଁଲେ ଏହି ଫୋନକୁ ୩ ବର୍ଷ ପରେ ଫେରାଇ ନିଜର ୧୫୦୦ ଟଙ୍କା ନେଇ ପାରିବେ।

ଯେଉଁ ଗ୍ରାହକ ଇଚ୍ଛୁକ ସେମାନେ ଦେଶର ୭୦୦ଟି ସହରର ରିଲାଏନ୍ସ ଡିଜିଟାଲ ଷ୍ଟୋର ଏବଂ ୧,୦୭୭୨  ଜିଓ ସେଣ୍ଟରରେ ବୁକ କରିପାରିବେ। କେବଳ ଏତିକି ନୁହେଁ ଏହି ଫୋନକୁ jio.com, websitejio.com ଏବଂ my jio ଆପରେ ମଧ୍ୟ ବୁକ କରି ପାରିବେ। ଯେଉଁ ଗ୍ରାହକ ଏହାକୁ ଅଫଲାଇନ ପ୍ରକ୍ରିୟାରେ ଏସଏମଏସ ଜରିଆରେ ବୁକ କରିବାକ ଚାହୁଛନ୍ତି ସେମାନଙ୍କୁ jp<ନିଜ ଅଞ୍ଚଳର ପିନକୋଡ> ଷ୍ଟୋର କୋଡ ଟାଇପ କରି ୭୦୨୧୧୭୦୨୧୧ରେ ପଠାଇ ପାରିବେ। ରିଟେଲ ଷ୍ଟୋରରେ ବୁକିଂ ପାଇଁ ଗ୍ରାହକଙ୍କୁ ଆଧାର କାର୍ଡ ନେବା ବାଧ୍ୟତାମୂଳକ।

Related Articles

Leave a Reply

Your email address will not be published. Required fields are marked *

Back to top button