ଆନ୍ତର୍ଜାତୀୟ

ଜିଓ ଟିଭି ପାକିସ୍ତାନରେ ବନ୍ଦ ହେଲା

ଆଜିର ଓଡିଶା (ତା୭।୪)

ପାକିସ୍ତାନରେ ଅଧିକାଂଶ ସମୟ ସେନାର  ଆଗରେ ଦେଶର ସରକାର ବି ମୁଣ୍ଡ ନୁଆନ୍ତି । ଏବେ ସେପରି ଏକ ଅବସ୍ଥା ଦେଖିବାକୁ ମିଳିଛି । ସେନା ନିର୍ଦେଶ ଦେବାପରେ ସବୁଠାରୁ ବଡ ଟିଭି ଚ୍ୟାନେଲକୁ ଦଶର ଅଧିକାଂଶ ସ୍ଥାନରେ ବନ୍ଦ କରି ଦିଆଯାଇଛି ।ଦେଶର ୮୦ ପ୍ରତିଶତ ଅଂଶରେ ଜିଓ ଟିଭିକୁ ଏବେ ପ୍ରସାରଣ କରାଯାଉ ନାହିଁ । ପାକିସ୍ତାନରେ ଆତଙ୍କବାଦୀ ସଂଗଠନମାନଙ୍କୁ ଅର୍ଥ ଯୋଗାଣ ଓ ପାକସେନା ମୁଖ୍ୟ ଜେନେରାଲ କ୍ୟାମର ଜାବେଦ ବାଜଓ୍ୱାଙ୍କ ବିରୋଧରେ ଖବର ପ୍ରସାରଣ ପରେ ଜିଓ ଟିଭିକୁ ବନ୍ଦକରିବା ପାଇଁ ସେନା ନିର୍ଦେଶ ଦେଇଥିଲା ।

ପାକିସ୍ତାନ ସରକାରରେ ଥିବା ସୂଚନା ପ୍ରସାରଣ ମନ୍ତ୍ରୀ ଜିଓ ଟିଭିକୁ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇ ନ ଥିବା କହିଛନ୍ତି । ମାତ୍ର ଅଧିକାଂଶ କେବୁଲ ଅପରେଟର ଏହାକୁ ପ୍ରଦର୍ଶନ କରିବା ବନ୍ଦ କରି ଦେଇଥିବା ଜିଓ ଟିଭି ପକ୍ଷରୁ କୁହାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button