ରାଜ୍ୟଶିକ୍ଷା

ଆସନ୍ତାକାଲି ଜେଇଇ ଆଡଭାନ୍ସ

ଆ.ଓ.ରି(ତା୧୯|୬)-ଆସନ୍ତାକାଲି ଅନୁଷ୍ଠିତ ହେବ ସର୍ବଭାରତୀୟ ପରୀକ୍ଷା ଜେଇଇ ଆଡଭାନ୍ସ। ଓଡିଶାର ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଅନ୍‌ଲାଇନ୍ ଯୋଗେ ପରୀକ୍ଷା ଅନୁଷ୍ଠିତ ହେବ। ଜେଇଇ ମେନ୍‌ରୁ ସର୍ବଭାରତୀୟ ସ୍ତରରେ ମୋଟ୍ ୨ଲକ୍ଷ ୩୧ହଜାର ୨୪ ଜଣ ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଏଥିମଧ୍ୟରୁ ଓଡିଶାରୁ ୬ହଜାର ୩୦୪ଜଣ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଥମ ପେପର ସକାଳ ୯ ଟାରୁ ଆରମ୍ଭ ହୋଇ ୧୨ଟାରେ ସରିବ, ସେହିପରି ଦ୍ୱିତୀୟ ପେପର ୨ଟାରୁ ୫ ଟାଏ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ମାନେ ସକାଳ ୭.୩୦ ମିନିଟ୍‌ରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିପାରିବେ। ଜୁନ୍ ୧୦ରେ ଫଳ ପ୍ରକାଶ ପାଇବ।

Related Articles

Leave a Reply

Your email address will not be published. Required fields are marked *

Back to top button