ରାଜ୍ୟ

ଜୟନାରାୟଣ ମିଶ୍ରଙ୍କ ଗିରଫକୁ ବିଜେପିର ଘୋର ନିନ୍ଦା

ଭୁବନେଶ୍ୱର (ଆଓରି)୧୬-୦୩: ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ ଗିରଫଦାରୀଙ୍କୁ କଡ଼ା ବିରୋଧ କରିଛି ରାଜ୍ୟ ବିଜେପି। ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଷଡ଼ଯନ୍ତ୍ର ପଛରେ ଥିବା ରହସ୍ୟ ଉପରେ ପରଦା ଢ଼ାଙ୍କି ଲୋକଙ୍କ ନଜର ହଟାଇବା ଲାଗି ଶ୍ରୀ ମିଶ୍ରଙ୍କୁ ଗିରଫ କରାଯାଇଛି। ପୁଲିସ ଓ ପ୍ରଶାସନର ମନୋମୁଖୀ କାର୍ଯ୍ୟପନ୍ଥା ବିରୋଧରେ ବିଜେପିର କର୍ମକର୍ତ୍ତାମାନେ ଆଜିଠାରୁ ସମସ୍ତ ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ କରିବେ ବୋଲି ସେ କହିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି ପଞ୍ଚାୟତ ନିର୍ବାଚନ ସମୟରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବୁଲୁ ପ୍ରଧାନ ଓ ଢ଼େଙ୍କାନାଳ ଜିଲ୍ଲାର ସଲମାନ ରାଉତଙ୍କ ସମେତ ଦଶରୁ ଅଧିକ ବିଜେପି କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଆଇନ ତା ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ଶସକ ଦଳର ଗୁଣ୍ଡାମାନଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button