ଗୋପାଳପୁରରେ ବିଜେପିର ଜନପରାମର୍ଶ ପଦଯାତ୍ରା ଅନୁଷ୍ଠିତ
1 min read
ଆଅରି-ଭୁବନେଶ୍ଵର(୧୧/୧୨) : ଜିଲ୍ଲା ବିଜେପି ପକ୍ଷରୁ ବହୁ ଆଡ଼ମ୍ବର ଭାବେ ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ବିଜେପିର ଜନପରାମର୍ଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ଗୋପାଳପୁର ସହରରେ ବିଭିନ୍ନ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ମଧ୍ୟ ବୁଝିଥିଲେ। ଏଥିରେ ରାଜ୍ୟବିଜେପି ସଭାପତି ବିଭୁତି ଭୂଷଣ ଜେନା, ବ୍ରହ୍ମପୁର ସହରର ଶିଵ ଶଙ୍କର ନାୟକ, ସୁମିତ ପାତ୍ର, ରାମ ସାମଲ, ସୁଶାନ୍ତ ପାତ୍ର , ସତ୍ୟପ୍ରିୟ ତ୍ରିପାଠୀ ଏବଂ ମାନସ ରଞ୍ଜନ ଜେନାଙ୍କ ସମେତ ବହୁ ବିଜେପି କର୍ମି ଯୋଗ ଦେଇଥିଲେ । ଏହାସହ ଏଥିରେ ଅନେକ ଲୋକ ସାମିଲ ହୋଇଥିଲେ ।