ବିଶେଷ

ରାସ୍ତାରେ ପଡ଼ିଥିବା ବୋମାକୁ ବଲ୍‌ ଭାବି ବ୍ୟାଗ୍‌ରେ ପୁରାଇ ସ୍କୁଲରେ ପହଞ୍ଚିଲା ଛାତ୍ର

ଆଓରି-ଭୁବନେଶ୍ଵର:(୨୬/୦୯) ଜମ୍ମୁ-କଶ୍ମୀରର ରିୟାସିରେ ଜଣେ ଛାତ୍ର ସ୍କୁଲ ଯାଉଥିବା ସମୟରେ ରାସ୍ତାରେ ପଡ଼ିଥିବା ଏକ ହାତ ତିଆରି ବୋମାକୁ ବଲ୍‌ ଭାବି ନିଜ ବ୍ୟାଗ ଭିତରେ ପୁରାଇ ଦେଇଥିଲା। କେବଳ ଏତିକି ନୁହେଁ ପିଲାଟି ଏହି ବୋମାକୁ ନେଇ ନିଜ ସ୍କୁଲରେ ପହଞ୍ଚି ଯାଇଥିଲା । ସ୍କୁଲରେ ଶିକ୍ଷକ ଓ ପିଲାମାନେ ଯେମିତି ଏହି ବୋମାକୁ ଦେଖିଥିଲେ ସେମାନଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା।

ଏହି ଘଟଣାଟି ଜମ୍ମୁ-କଶ୍ମୀରର ରିୟାସି ଜିଲ୍ଲାରେ ଘଟିଥିବା ସୂଚନା ମିଳିଛି। ପ୍ରତିଦିନ ଭଳି ଗତ ମଙ୍ଗଳବ।ର ପିଲାମାନେ ସ୍କୁଲ ଯାଉଥିଲେ। ଏହି ସମୟରେ ଜଣେ ଛାତ୍ର ରାସ୍ତାରେ ହାତବୋମା ପଡ଼ିଥିବା ଦେଖିବାକୁ ପାଇଥିଲା। ସେ ଏହି ବୋମାକୁ ବଲ୍‌ ଭାବି ଖେଳିବ ବୋଲି ତାହାକୁ ରାସ୍ତାରୁ ଉଠାଇ ନିଜ ସ୍କୁଲ ବ୍ୟାଗ୍‌ ଭିତରେ ପୁରାଇ ଦେଇଥିଲା। ସ୍କୁଲ ପହଁଞ୍ଚିବା ପରେ ଶିକ୍ଷକ ପିଲାଟି ହାତରେ ବୋମା ଥିବା ଦେଖି ତୁରନ୍ତ ଏସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଥିଲା। ଯାଞ୍ଚରୁ ଜଣାପଡ଼ିଲା କି ଏହି ହାତବୋମା ପାଖାପାଖି ୫୦ବର୍ଷ ପୁରୁଣା ରହିଛି। ପୁଲିସ ବୋମାକୁ ଜବତ କରି ନେଇଥିବା ବେଳେ ଏଥିରେ କାହାରି କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button