ଜାତୀୟ

ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ଘୋଷିତ ହେଲେ ଜମ୍ମୁ ଏବଂ ଲଦାଖ

ଆଓରି-ନୂଆଦିଲ୍ଲୀ(୦୫/୦୮) : ନରେନ୍ଦ୍ର ମୋଦିଙ୍କ ସରକାର ଜମ୍ମୁ-କାଶ୍ମୀରର ପୁର୍ନଗଠନ ପାଇଁ ଗୃହରେ ପ୍ରସ୍ତାବ ଆଣିଛନ୍ତି । ଏହା ଜରିଆରେ ଜମ୍ମୁ-କାଶ୍ମୀର ଠାରୁ ଲଦାଖକୁ ଅଲଗା କରିଦିଆଯାଇଛି । ଲଦାଖକୁ ବିନା ବିଧାନସଭାରେ ଏକ କେନ୍ଦ୍ରଶାସିତ ପ୍ରଦେଶର ମାନ୍ୟତା ଦିଆଗଲା । ଅନ୍ୟପଟେ ଜମ୍ମୁ-କାଶ୍ମୀରକୁ ମଧ୍ୟ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ମାନ୍ୟତ ମିଳିଛି । ଏହାସହ ସେଠାରେ ଦିଲ୍ଲୀ ଭଳି ବିଧାନସଭା ରହିବ ।

ଧାରା ୩୭୦କୁ ଉଚ୍ଛେଦ କରାଯିବା ନେଇ ଆଜି ରାଜ୍ୟସଭାରେ ପ୍ରସ୍ତାବ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହା ସହିତ ଜମ୍ମୁ ଓ କାଶ୍ମୀରର ପୁର୍ନଗଠନ ପାଇଁ ମଧ୍ୟ ସଂଦସର ଉପର ଗୃହରେ ପ୍ରସ୍ତାବ ଦେଇଛନ୍ତି ଗୃହମନ୍ତ୍ରୀ ।

ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ର କ୍ୟାବିନେଟ୍‌ ବୈଠକ ପରେ ଶାହ ସିଧାସଳଖ ସଂସଦ ଅଭିମୁଖେ ବାହାରିଥିଲେ । ରାଜ୍ୟସଭାରେ ଜମ୍ମୁ ଓ କାଶ୍ମୀର ସଂରକ୍ଷଣ ବିଲ୍‌ ଉପସ୍ଥାପନ ପୂର୍ବରୁ ବିବୃତ୍ତି ରଖିବାକୁ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହା ପରେ କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ କାଶ୍ମୀରରେ ମୁଖ୍ୟ ଧାରାର ନେତାଙ୍କୁ ଗୃହ ବନ୍ଦୀ କରାଯିବା ମୁଦ୍ଦା ଉଠାଇଥିଲେ ।

ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଦାବି କରିଥିଲେ । ଏହା ସହିତ ଅନ୍ୟ ବିରୋଧୀ ସଦସ୍ୟ ମଧ୍ୟ ଏହାକୁ ବିରୋଧ କରିଥିଲେ । ତେବେ ଏହାରି ମଧ୍ୟରେ ଗୃହମନ୍ତ୍ରୀଙ୍କୁ ନିଜର ବିବୃତ୍ତି ରଖିବାକୁ କହିଥିଲେ । କେନ୍ଦ୍ର ସରକାର ଜମ୍ମୁ ଓ କାଶ୍ମୀର ସ୍ୱତନ୍ତ୍ରତା ପାଇଁ ଦିଆଯାଇଥିବା ରାଷ୍ଟ୍ରପତିଙ୍କ ଦ୍ୱାରା ଲାଗୁ କରାଯାଇଥିବା ଧାରା ୩୭୦କୁ ଉଚ୍ଛେଦ କରିବାକୁ ସଂକଳ୍ପ ଉପସ୍ଥାପନ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button