March 18, 2023

ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରହୁଥିବା ‘ପ୍ରଜା ବେଦିକା’ ବଙ୍ଗଳା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ଜଗନ ମୋହନ ରେଡ୍ଡି

1 min read

ଆଓରି-ନୂଆଦିଲ୍ଲୀ(୨୪/୦୬) : ଆକ୍ସନ ମୁଡରେ ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରହୁଥିବା ‘ପ୍ରଜା ବେଦିକା’ ବଙ୍ଗଳା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଗନ । ‘ପ୍ରଜା ବେଦିକା’ ବଙ୍ଗଳା  ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଘର ପାଖରେ ତିଆରି ହୋଇଥିଲା । ଉଭୟ ସରକାରୀ ଏବଂ ଦଳୀୟ କାର୍ଯ୍ୟରେ ବ୍ୟବହାର ହେଉଥିଲା ।

ନିକଟରେ ଆନ୍ଧ୍ରରେ ହୋଇଥିବା ବିଧାନସଭା ନିର୍ବାଚନରେ ଟିଡିପିର ଶୋଚନୀୟ ପରାଜୟ ହୋଇଛି । ଏହାପରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସେହି ବଙ୍ଗଳାକୁ ବିରୋଧୀ ଦଳ ନେତାଙ୍କ ଅଧିନରେ ରଖିବାକୁ ଅନୁରୋଧ କରିଥିଲେ ଚନ୍ଦ୍ରବାବୁ ।

ୱାଇଏସଆର କଂଗ୍ରେସ ପାର୍ଟିର ସରକାର, ଚନ୍ଦ୍ରବାବୁ ନାଇଡୁଙ୍କ ଅମରାବତୀ ସ୍ଥିତ ‘ପ୍ରଜା ବେଦିକା’ ବଙ୍ଗଳାକୁ ଶନିବାର ନିଜ କବଜାକୁ ନେଇଥିଲେ । ତେବେ ଆଜି ଜଗନ ଏହି ବଙ୍ଗଳାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.