ଜାତୀୟ

ଆସ୍ଥା ଭୋଟରେ କୁମାରସ୍ୱାମୀ ପରାସ୍ତ ; କଂଗ୍ରେସ-ଜେଡିଏସ ସରକାରର ପତନ

ଆଓରି-ନୂଆଦିଲ୍ଲୀ(୨୩/୦୭) : କର୍ଣ୍ଣାଟକରେ ଦୀର୍ଘଦିନ ଧରି ଲାଗରିହଥିବା ରାଜନୈତିକ ନାଟକର ଅନ୍ତ ଘଟିଛି। ମଙ୍ଗଳବାର ସନ୍ଧ୍ୟାରେ କର୍ଣ୍ଣାଟକ ବିଧାନସଭାରେ ଆହୂତ ଆସ୍ଥା ଭୋଟରେ କୁମାରସ୍ୱାମୀ ପରାସ୍ତ ହୋଇଛନ୍ତି। ଏହି କ୍ରମରେ ସରକାର ଗଢିବାର ୧୪ ମାସ ପରେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାରର ପତନ ଘଟିଛି।
କର୍ଣ୍ଣାଟକରେ ଦୀର୍ଘ ୨୧ ଦିନ ହେବ ରାଜନୈତିକ ନାଟକ ଲାଗରହିଥିଲା। ପ୍ରତି ଥର ଆସ୍ଥା ଭୋଟ ପାଇଁ ନୂଆ ସମୟ ଧାର୍ଯ୍ୟ କରାଯାଉଥିଲା। ହେଲେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ଆସ୍ଥା ଭୋଟରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ସପକ୍ଷରେ ୯୯ ଖଣ୍ଡ ଭୋଟ ଓ ବିରୋଧରେ ୧୦୫ ଖଣ୍ଡ ଭୋଟ ମିଳିଥିଲା।

ବାଚସ୍ପତି କେ.ଆର ରମେଶ କୁମାର ଆସ୍ଥା ଭୋଟ ପାଇଁ ବିଧାୟକଙ୍କୁ ନିଜ ଆସନରେ ଠିଆ କରାଇ ମୁଣ୍ଡ ଗଣତି କରିଥିଲେ । କଂଗ୍ରେସ- ଜେଡିଏସ ସରକାରଙ୍କ ସପକ୍ଷରେ ୯୯ ଜଣ ଠିଆ ହୋଇଥିଲା ବେଳେ ବିପକ୍ଷରେ ୧୦୫ ଜଣ ବିଧାୟକ ଠିଆ ହୋଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button