ରାଜ୍ୟ

ଭୁବନେଶ୍ୱର ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍‌

ଆଓରି-ଭୁବନେଶ୍ଵର(୨୧/୦୯) : ଜୀବନରେ ରିସ୍କ ନିଅ। ରିକ୍ସ ନ ନେଲେ ଜୀବନରେ କିଛି କରିପାରିବନି। ଭୁବନେଶ୍ୱର ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଶନିବାର ଯୋଗଦେଇ ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍‌ ଏହା କହିଛନ୍ତି।

ସେ କହିଛନ୍ତି ଯେ, ବୈଷୟିକ ଜ୍ଞାନକୌଶଳ ବୃଦ୍ଧିରେ ଆଇଆଇଟି ପ୍ରମୁଖ ଭୂମିକା ନେଇଛି। ବୈଷୟିକ ଜ୍ଞାନକୌଶଳ ଦ୍ୱାରା ଜୀବନଧାରଣର ମାନ ବଢ଼ିପାରିବ। ଆଇଆଇଟି ଦ୍ୱାରା ମୁଁ ମୋ ଶିକ୍ଷାଦୀକ୍ଷା ବଢ଼ାଇ ପାରିଛି। ରିସ୍କ ନ ନେଲେ ଜୀବନରେ ଅଗ୍ରଗତି କରି ହେବ ନାହିଁ। ଜୀବନରେ କିଛି କରିବାକୁ ଚାହୁଁଥିଲେ ରିସ୍କ ନେବା ଶିଖ। ପଢ଼ିବାକୁ ଆଗ୍ରହ ରଖ। ଶିକ୍ଷାକୁ ବ୍ରତ ଭାବେ ଗ୍ରହଣ କରିବାକୁ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଶବନ୍‌ ଉଦ୍‌ବୋଧନ ଦେଇଥିଲେ। ମିଶନ ଗଗନାୟନ ସମ୍ପର୍କରେ ସେ କହିଛନ୍ତି ଯେ, ୨୦୨୦ ଡିସେମ୍ବରରେ ପ୍ରଥମ ଅନ୍‌ମ୍ୟାନ୍‌ଡ ମିଶନ। ୨୦୨୧ ଜୁଲାଇରେ ଦ୍ୱିତୀୟ ଅନ୍‌ମ୍ୟାନ୍‌ଡ ମିଶନ। ୨୦୨୧ ଡିସେମ୍ବରରେ ପ୍ରଥମ ମ୍ୟାନ୍‌ଡ ମିଶନ। ୨୦୨୨ ଡିସେମ୍ବରରେ ମହାକାଶକୁ ଭାରତୀୟ ଯିବେ ବୋଲି କେ. ଶିବନ୍‌ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button