ଆସନ୍ତା ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଆଇପିଏଲ
1 min read
ଆଓରି-ନୂଆଦିଲ୍ଲୀ(୨୦/୦୩) : ଆଇପିଏଲ ପ୍ରେମୀଙ୍କ ପାଇଁ ଆସିଲା ଖୁସିଖବର । ଆସନ୍ତା ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଆଇପିଏଲ ୨୦୧୯ । ଏହା ପୂର୍ବରୁ ଆଇପିଏଲ ଲିଗ୍ ପର୍ଯ୍ୟାୟ କାର୍ଯ୍ୟସୂଚୀ ଜାରି କରିଛି ବିସିସିଆଇ ।
ମାର୍ଚ୍ଚ ୨୩ର ଉଦ୍ଘାଟନୀ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍(ସିଏସ୍କେ) ଏବଂ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଚେନ୍ନାଇରେ ଖେଳାଯିବ । ତେବେ ଆଗାମୀ ଲୋକସଭା ନିର୍ବାଚନକୁ ଆଖିରେ ରଖି କେଉଁ ଦଳ ଏବଂ କେଉଁ ସହରରେ ଖେଳ ହେବ ସେନେଇ ସୂଚୀ ତିଆରି କରିଛି ବିସିସିଆଇ । ମାର୍ଚ୍ଚ ୨୩ରୁ ଏପ୍ରିଲ ୫ ମଧ୍ୟରେ ମୋଟ ୧୭ଟି ମ୍ୟାଚ୍ ପାଇଁ ବିସିସିଆଇ ବିଜ୍ଞପ୍ତି ପ୍ରକାଶ କରିଛି । ପ୍ରତ୍ୟେକ ଟିମ୍ ମିନିମମ୍ ୪ଟି ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ ସହ ଖେଳିବେ ବୋଲି ଏହି ସୂଚୀରୁ ଜଣାପଡ଼ୁଛି ।