ରବିବାର ୨ୟ ମ୍ୟାଚରେ ରାଜସ୍ଥାନର ରୋମାଞ୍ଚକର ବିଜୟ
1 min read
Jaipur : RR bowler Jaydev Unadkat celebrates after taking wicket of Delhi Daredevils batsman Rishabh Pant during an IPL cricket match at Sawai Mansingh Stadium in Jaipur on Wednesday. Rajasthan Royals won by 10 runs (DLS method). PTI Photo by Ravi Choudhary(PTI4_12_2018_000008B)
ଆଓରି(ତା୨୩|୪)-ଆଇପିଏଲ୍-୧୧ରେ ରବିବାର ୨ୟ ମ୍ୟାଚ୍ ମଧ୍ୟ ରୋମାଞ୍ଚକର ଭାବେ ଶେଷହୋଇଛି। ଏଥିରେ ରାଜସ୍ଥାନ ରୟାଲ୍ସ ୩ ୱିକେଟରେ ମୁମ୍ବଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ସୂର୍ଯ୍ୟକୁମାର ଯାଦବ ଓ ଈଶାନ୍ କିଷନଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ମୁମ୍ବଇ ଇଣ୍ଡିଆନ୍ସ ୭ ୱିକେଟରେ ୧୬୭ ରନ୍ କରିଥିଲା। ପରେ ସଞ୍ଜୁ ସାମ୍ସନଙ୍କ ଅର୍ଦ୍ଧଶତକ ବଳରେ ୨ଟି ବଲ୍ ବାକିଥାଇ ୭ ୱିକେଟ ହରାଇ ରାଜସ୍ଥାନ ଜିତିଥିଲା। ୫ମ ମ୍ୟାଚ୍ରେ ମୁମ୍ବଇର ଏହା ୪ର୍ଥ ପରାଜୟ ଏବଂ ୬ଷ୍ଠ ମ୍ୟାଚ୍ରେ ରାଜସ୍ଥାନର ଏହା ୩ୟ ବିଜୟ।
୧୬୮ ରନ୍ ଲକ୍ଷ୍ୟରେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ୩୮ ରନ୍ରେ ୨ଟି ୱିକେଟ ହରାଇଥିଲା। ରାହୁଲ ତ୍ରିପାଠୀ ୯ ଓ ଅଧିନାୟକ ଅଜିଙ୍କ୍ୟ ରାହାଣେ ୧୪ ରନ୍କରି ଆଉଟ ହୋଇ ଯାଇଥିଲେ। ପରେ ସଞ୍ଜୁ ସାମ୍ସନ ଓ ବେନ୍ ଷ୍ଟୋକ୍ସ ସ୍କୋର୍କୁ ଆଗେଇ ନେଇଥିଲେ। ସାମ୍ସନ-ଷ୍ଟୋକ୍ସ ୩ୟ ୱିକେଟ ପାଇଁ ୭୨ ରନ୍ ଯୋଗ କରିଥିଲେ। ବାମହାତି ଷ୍ଟୋକ୍ସ ୨୭ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୪୦ ରନ୍କରି ଆଉଟ ହୋଇଥିଲେ। ଏହାପରେ ରନ୍ଗତି ଧିମେଇ ଯାଇଥିଲା। ଜିତିବା ପାଇଁ ରାଜସ୍ଥାନ ରୟାଲ୍ସ ଶେଷ ୪ ଓଭରରୁ ୪୪ ରନ୍ ଆବଶ୍ୟକ କରୁଥିବା ବେଳେ ସାମ୍ସନ ଆଉଟ ହୋଇ ଯାଇଥିଲେ। କେରଳର ଏହି ବ୍ୟାଟ୍ସମ୍ୟାନ୍ ୩୯ ବଲ୍ରୁ ୪ଟି ଚୌକା ସହ ୫୨ ରନ୍ କରିଥିଲେ। ପରବର୍ତ୍ତୀ ବଲ୍ରେ ଜୋସ୍ ବଟ୍ଲର ୮ ରନ୍କରି ବୋଲ୍ଡ ହୋଇ ଯାଇଥିଲେ। ହେନ୍ରିଚ୍ କ୍ଲାସେନ୍ ଖାତା ଖୋଲି ପାରିନଥିଲେ। ରାଜସ୍ଥାନ ଶେଷ ୩ ଓଭରରେ ୪୩ ଓ ଶେଷ ଓଭରରେ ୧୦ ରନ୍ ଆବଶ୍ୟକ କରୁଥିବା ବେଳେ କେ. ଗୌତମ ଚୌକା ଓ ଛକାମାରି ଦଳକୁ ଜିତାଇଥିଲେ। ଗୌତମ ୧୧ ବଲ୍ରୁ ୨ଟି ଛକା ଓ ୪ଟି ଚୌକା ସହ ୩୩ ରନ୍କରି ଅପରାଜିତ ରହି ଦଳର ବିଜୟରେ ହିରୋ ସାଜିଥିଲେ। ଯଶପ୍ରୀତ ବୁମ୍ରା ଓ ହାର୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ପାଇଥିଲେ। ଜୋଫ୍ରା ଆଚ୍ରର ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।