ଖେଳ

ଚେନ୍ନାଇ ସୁପର କିଙ୍ଗସ୍‌ ଆଇପିଏଲ୍‌-୨୦୧୮ ଚାମ୍ପିଅନ୍‌

ଆ.ଓ.ରି(ତା୨୮|୫)-ଚେନ୍ନାଇ ସୁପର କିଙ୍ଗସ୍‌ ଆଇପିଏଲ୍‌-୨୦୧୮ ଚାମ୍ପିଅନ୍‌ ହୋଇଛି। ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟ୍‌ରେ ହରାଇ ଫାଇନାଲ୍‌ ମ୍ୟାଚ ଜିତିଛି। ସେନ୍‌ ଓ୍ଵାଟ୍‌ସନ୍‌ଙ୍କ ବିସ୍ଫୋରକ ଅପରାଜିତ ଶତକ( ୧୧୭ ରନ୍‌, ୫୭ ବଲ, ୧୧ଟି ଚୌକା, ୮ଟି ଛକା) ବଳରେ ଚେନ୍ନାଇ ସୁପର କିଙ୍ଗସ୍‌ ରବିବାର ଏକାଦଶ ସଂସ୍କରଣର ଆଇପିଏଲ୍‌ ମ୍ୟାଚ୍‌ରେ ୩ୟ ଥର ପାଇଁ ଚମ୍ପିଅନ୍‌ ହୋଇଛି।

୧୭୯ ରନ୍‌ ବିଜୟ ଲକ୍ଷ୍ୟ ନେଇ ୧୮.୩ ଓଭରରେ ୨ଟି ଓ୍ଵିକେଟ୍‌ ହରାଇ ୧୮୧ ରନ୍‌ ସଂଗ୍ରହ କରିଛି ଚେନ୍ନାଇ। ୭ମ ଥର ପାଇଁ ଫାଇନାଲ୍ ଖେଳି ୩ୟ ଥର ପାଇଁ ଚାମ୍ପିଅନ୍ ହୋଇଛି । ୨୦୧୦, ୨୦୧୧ରେ ଚାମ୍ପିଅନ୍ ହୋଇଥିଲା ଚେନ୍ନାଇ ଏବଂ ୨୦୦୮, ୨୦୧୨, ୨୦୧୩, ୨୦୧୫ରେ ରନର୍ସ ଅପ୍ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button