କୋର୍ଟରେ ହାଜିର ହେଲେ ପି. ଚିଦାମ୍ବରମ୍, ୫ଦିନ ରିମାଣ୍ଡରେ ମାଗିଲା ସିବିଆାଇ
1 min read
ଆଓରି-ନୂଆଦିଲ୍ଲୀ(୨୨/୦୮) : ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ଙ୍କୁ ସିବିଆଇ ଦିଲ୍ଲୀର ରାଉଜ୍ ଏବେନ୍ୟୁ କୋର୍ଟରେ ହାଜିର କରାଇଛି । ତେବେ ଏନେଇ କୋର୍ଟରେ ଶୁଣାଣି ଆରମ୍ଭ ହୋଇସାରିଛି । ସିବିଆଇ ଚିଦାମ୍ବରମଙ୍କୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଜଜଙ୍କୁ ଆବେଦନ କରିଛି । ଏହି ୫ ଦିନରେ ସିବିଆାଇ ଚିଦାମ୍ବରମ୍ଙ୍କ ଅନ୍ୟ ସାକ୍ଷୀ ଏବଂ ମାମଲାରେ ସମ୍ପୃକ୍ତ ଥିବା ଲୋକମାନଙ୍କୁ ପଚରାଉଚର କରିବ ।
ଅଦାଲତରେ ଚିଦାମ୍ବରମ୍ଙ୍କ ପରିବାର ଉପସ୍ଥିତ ଅଛନ୍ତି । ତାଙ୍କ ଓକିଲଙ୍କ ପୁରା ଟିମ୍ ମଧ୍ୟ ଉପସ୍ଥିତ ରହିଛି । ଚିଦାମ୍ବରମ୍ କୋର୍ଟରେ ପହଞ୍ଚିବା ପୂର୍ବରୁ କୋର୍ଟର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୧୦୦ ରୁ ଅଧିକ ସୁରକ୍ଷାକର୍ମୀ କୋର୍ଟ ପରିସରରେ ଅଛନ୍ତି । ସୁରକ୍ଷାକର୍ମୀଙ୍କ ମଧ୍ୟରେ ଅନେକ ସାଧା ପୋଷାକଧାରୀ କାେର୍ଟ ପରିସରରେ ରହିଛନ୍ତି । ତେବେ ଆଇଏନ୍ଏକ୍ସଆାଇ କେସ୍ରେ ବୁଧବାରରେ ନାଟକୀୟ ଢ଼ଙ୍ଗରେ ଚିଦାମ୍ବରମଙ୍କୁ ସିବିଆଇ ତାଙ୍କ ବାସଭବନରୁ ଆରେଷ୍ଟ କରିଥିଲା । ଆଜି ତାଙ୍କୁ ସିବିଆଇ ହେଡକ୍ୱାର୍ଟରରେ ପାଖାପାଖି ୩ ଘଣ୍ଟା ଜେରା କରାଯାଇଥିଲା ।