ବିଜେଡି ଭାଇସ ଚେୟାରମ୍ୟାନଙ୍କ ଗାଡ଼ିରୁ ମାଦକ ଦ୍ରବ୍ୟ ଜବତ
1 min read
ଆଓରି-ଭୁବନେଶ୍ଵର(୨୦/୦୫) : ବିଜେଡି ଭାଇସ ଚେୟାରମ୍ୟାନଙ୍କ ଗାଡ଼ିରୁ ମାଦକ ଦ୍ରବ୍ୟ ଜବତ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ । ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନମଣ୍ଡଳୀ କଣାସ ବ୍ଲକ ଅନ୍ତର୍ଗତ ୭୮ନମ୍ବର ବୁଥରେ ସାନି ମତଦାନ ହୋଇଥିଲା । ସାନି ମତଦାନ ଦେଇ ଫେରୁଥିବା ବେଳେ ଏହି ବ୍ଲକର ବିଜେଡି ଭାଇସ୍ ଚେୟାରମ୍ୟାନଙ୍କ ଗାଡିରୁ ମାଦକ ଦ୍ରବ୍ୟ ସ୍ଥାନୀୟ ଲୋକେ ତାଙ୍କ ଗାଡି ଭିତରୁ ଜବତ କରିଥିଲେ । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏହାସହ ଗ୍ରାମବାସୀମାନେ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା ମଧ୍ୟ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ପୁରୀ ଏସପି ପହଞ୍ଚି ପରିସ୍ଥିତି ସମୀକ୍ଷା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ ।