May 18, 2024

ଆଜିର ଓଡିଶା ଫାଉଣ୍ଡେସନ ଦ୍ଵାରା ଚତୁର୍ଥ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

1 min read
Yoga day-AajiraOdisha

ଆଓରି-ନୂଆଦିଲ୍ଲୀ(୨୨/୦୬) ଚତୁର୍ଥ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ ଆଜିର ଓଡିଶା ଫାଉଣ୍ଡେସନ ଦ୍ଵାରା ଦିଲ୍ଲୀର ଛତରପୁର ଠାରେ ଏକ ବିଶାଳ ଯୋଗ ଶିବିର ଆୟୋଜନ କରଯାଇଥିଲା | ଯୋଗ ଦିବସ ପାଳନ ନିମନ୍ତେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଦକ୍ଷୀଣ ଦିଲ୍ଲୀ ସାଂସଦ ଶ୍ରୀ ରମେଶ ବିଧୁଡି | ଛତରପୁର ନିଗମ ପାର୍ଷ୍ୱଦ ଶ୍ରୀମତୀ ଅନିତା ତମ୍ବର ଓ ସମାଜସେବୀ ଶ୍ରୀ ରନବୀର ତମ୍ବର ସହିତ ପ୍ରାୟ ୪୦୦ରୁ ଊର୍ଦ୍ଧ୍ଵ ଲୋକ ଉପସ୍ଥିତ ଥିଲେ |

ସମସ୍ତେ ନିଜର ଦିନଚର୍ଯ୍ୟାରେ ଯୋଗ ଓ ପ୍ରାଣାୟମ ନିହାତି ସାମିଲ କରନ୍ତୁ ବୋଲି ଶ୍ରୀ ବିଧୁଡି ପରାମର୍ଶ ଦେଇଥିଲେ | ଏହି ଭଳି କାର୍ଯ୍ୟକର୍ମରେ ତାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିବାରୁ ସେ ବହୁତ ଖୁସି ଏବଂ ଆୟୋଜକମାନଙ୍କୁ ଧନ୍ୟବାଦ ଦେଇଥିଲେ |

ଆଜିର ଓଡିଶା ଫାଉଣ୍ଡେସନ ତରଫରୁ ସୁନ୍ଦର ଓଡିଶା ସଂସ୍ଥାପକ ଶ୍ରୀ ସଂଗ୍ରାମ ଧର ଅତିଥିମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ ଏବଂ ଏହି ଭଳି ଯୋଗ ଶିବିର ପ୍ରତିବର୍ଷ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ | ଶ୍ରୀ ଧର ତାଙ୍କ ମୁଖ୍ୟ ଟିମ୍ ର ରମେଶ ଲେଙ୍କା, ଦେବରାଜ ମହାନ୍ତି, ଜିତେନ୍ଦ୍ର ତ୍ରିପାଠୀ ଏବଂ ଅବିନାଶ ଶତପଥିଙ୍କୁ ସହାୟତାରେ ଯୋଗ ଶିବିର ସଫଳ ହୋଇଛି ବୋଲି କହିଥିଲେ |

Sangram Dharଯୋଗ ପ୍ରଶିକ୍ଷ୍ୟକ ଶ୍ରୀ ସୁଶାନ୍ତ ଚାନ୍ଦ ଓ ପିଙ୍କି ନେଗୀ ସମସ୍ତକୁ ମୋଳିକ ଯୌଗିକ କ୍ରିୟାଗୁଡିକ ଦୀର୍ଘ ୧ଘଣ୍ଟା ଧରି ଅଭ୍ୟାସ କରାଇଥିଲେ | ଶ୍ରୀ ବିଧୁଡି ଯୋଗ ପ୍ରଶିକ୍ଷ୍ୟକ ତଥା ସୁନ୍ଦର ଓଡିଶାର ସ୍ଵେଚ୍ଛାସେବକ ଶ୍ରୀ ପବିତ୍ର ଗୁରୁ, କୂଲଜିତ ସିଂ, ସଞ୍ଜୟ ମିଶ୍ର, ଦୋଳଗୋବିନ୍ଦ ବେହେରା, ସରୋଜକାନ୍ତ ପାଣିଗ୍ରାହୀ, ବିରାଞ୍ଚି ନାରାୟଣ ରାଉତ, ସପନା ସିଂଙ୍କୁ ପ୍ରତିଫଳକ ଓ ମାନପତ୍ର ଦ୍ଵାରା ସମ୍ବର୍ଦ୍ଧନା କରିଥିଲେ |

ବହୁମୂଲ୍ୟ ସମୟ ଦେଇ ଏହି କାର୍ଯ୍ୟକର୍ମରେ ଯୋଗ ଦେଇଥିବାରୁ ଶ୍ରୀ ଅଶୋକ ବେହେରା ଅତିଥିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ |

Yoga day-AajiraOdisha

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.