ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ଅଛି କି ନାହିଁ, ଚାଲିଛି ତନାଘନା
1 min read
ଆ.ଓ.ରି(ତା୧୬|୫)-ସମ୍ବଲପୁରର ବିଭିନ୍ନ ହୋଟେଲ ଏବଂ ସପିଂ ମଲରେ ଅଗ୍ନିଶମ ବିଭାଗର ଚଢଉ। ସହରରେ ଥିବା ହୋଟେଲ ଏବଂ ସପିଂ ମଲ୍ ଗୁଡିକରେ କିଭଳି ରହିଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା ତାର ଯାଞ୍ଚ ହେଉଛି।
ତାସହ ସେ ସବୁ ସ୍ଥାନରେ ଫାୟାର୍ ସେଫ୍ଟି ଗାଇଡ୍ ଲାଇନ୍ ପାଳନ ହେଉଛି କି ନାହିଁ, ସେନେଇ ତଦାରଖ ଚାଲିଛି।ଭୁବନେଶ୍ୱରରୁ ଯାଇଥିବା ଅଗ୍ନିଶମ ବିଭାଗର ୧୩ଟି ଟିମ୍ ସମ୍ବଲପୁରର ବିଭିନ୍ନ ସ୍ଥାନକୁ ଯାଇ ଚଢଉ କରୁଛନ୍ତି। ପୂର୍ବରୁ ଭୁବନେଶ୍ୱର ଓ ବ୍ରହ୍ମପୁରର ବିଭିନ୍ନ ହୋଟେଲ ଓ ସପିଂ ମଲ ଉପରେ ମଧ୍ୟ ଚଢ଼ଉ ହୋଇଥିଲା।